ବିଜେଡ଼ି ସଭାପତିଙ୍କ ଉପନିର୍ବାଚନ କାର୍ଯ୍ୟ ଧାରା ସଙ୍କ୍ରାନ୍ତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବିଜେଡି ସଭାପତି ତଥା ଜଗତସିଂହପୁର ବିଧାୟକ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ତିର୍ତ୍ତୋଲ ଉପନିର୍ବାଚନ ସଂପର୍କରେ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । କୋଭିଡ୍ କଟକଣା ପାଇଁ ୱାର୍ଡ଼ ସ୍ତରରେ ଆମ କର୍ମୀ ସଜାଗ ରହି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିକଟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଆମ ଦଳର ଯୁବ ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ବୁଲି ଗରିବ ଖଟିଖିଆ ଦିନ ମଜୁରିଆ ମାନଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କର ସମସ୍ୟା ଦେଖନ୍ତୁ ବୋଲି କୁହାଯାଇଛି । ଆମର ବିଜୟ ଯେତିକି ଆବଶ୍ୟକ ଦରିଦ୍ର ମାନଙ୍କ ସମସ୍ୟା ଦୂରହେବା ସେତିକି ଆବଶ୍ୟକ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।