ବିଜ୍ଞାନୀ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସମ୍ବର୍ଧନା
ବ୍ରହ୍ମପୁର, (ଅନିଲ କୁମାର) : ଶ୍ରୀ ମା ଅନ୍ନପୂର୍ଣ୍ଣେଶ୍ୱରୀ ମନ୍ଦିର ପୂଜା କମିଟି ଓ ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ଏକ ସମ୍ବର୍ଧନା କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗଡ ଗ୍ରାମରେ ଥିବା ମା ଅନ୍ନପୂର୍ଣ୍ଣେଶ୍ୱରୀ ମନ୍ଦିର ପରିସରରେ ଶ୍ରୀ ମା ଅନ୍ନପୂର୍ଣ୍ଣେଶ୍ୱରୀ ମନ୍ଦିର ପୂଜା କମିଟିର କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ପୌରା ପରିଷଦ ଅନ୍ତର୍ଗତ ମୋହନକଲୋନୀ ବାସିନ୍ଦା ଜଣାଶୁଣା ବିଜ୍ଞାନୀ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢକନ ସହ ସ୍ଵର୍ଣ୍ଣ ଖଡୁ ପ୍ରଦାନ କରାଯାଇଥିଲା । ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଗଞ୍ଜାମ ଜିଲ୍ଲାରେ ବହୁତ୍ ତାଙ୍କର ନାମ ପ୍ରସିଦ୍ଧ ରହିଛି । ଏପରିକି ତାଙ୍କୁ ବିଜ୍ଞାନୀ ନାମରେ ମଧ୍ୟ ବେଶ୍ ଜଣଶୁଣା। ଏହି କାର୍ଯ୍ୟକ୍ରମରେ ଶ୍ରୀ ମା ଅନ୍ନପୂର୍ଣ୍ଣେଶ୍ୱରୀ ମନ୍ଦିର ପୂଜା କମିଟି ଆମ୍ବଗଡ଼ ଓ ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ ରଞ୍ଜିତ କୁମାର ପାଢ଼ୀ,ରାଧାକାନ୍ତ ସାହୁ ,ପୂର୍ଣ ଚନ୍ଦ୍ର ପୃଷ୍ଟି ,ନିରଞ୍ଜନ ନାୟକ ,ପଞ୍ଚାନନ ପାତ୍ର ,ସୁନୀଲ ପାଣିଗ୍ରାହୀ ,ଶରତ ଚନ୍ଦ୍ର ସାବତ ,ଡା ରମେଶ ଚନ୍ଦ୍ର ଚୌଧୁରୀ ,ଅଶୋକ କୁମାର ଗଉଡ ,ବଳରାମ ପାଣିଗ୍ରାହୀ ,ଟୁଟୁ ପଟ୍ଟନାୟକ ,ସହସ୍ରନାମ ପାଠୀ ,ମନୋରଞ୍ଜନ ସାହୁ ,ପବିତ୍ର ମୋହନ ମିଶ୍ର ,ଗୋବିନ୍ଦ ଘଡେଇ , ସରୋଜ କୁମାର ଜେନା, ଅଶ୍ଵିନୀ କୁମାର ପଟ୍ଟନାୟକଙ୍କ ସମେନ୍ତ ଓ ଆମ୍ବଗଡ଼ ଗ୍ରାମବାସୀ ଉପସ୍ଥିତ ଥିଲେ