ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ପାସ୍ ହାର ଶତକଡ଼ା ୭୯ ପ୍ରତିଶତ
ଗାଙ୍ଗପୁର,(ସନ୍ତୋଷ ବିଶୋଇ): ଗତ ପାଞ୍ଚ ସେପ୍ଟେମ୍ବରରେ ଯୁକ୍ତ ଦୁଇ କଳା ଫଳାଫଳ ପ୍ରକାଶ ପାଇଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ୍ ହାର ଉତ୍ସାହ ଜନକ ରହିଛି | ସୂଚନା ପ୍ରକାରେ କଲେଜର ପାସ୍ ହାର ଶତକଡ଼ା ୭୯ ପ୍ରତିଶତ ରହିଛି କଲେଜର କଳା ବିଭାଗରେ ମୋଟ ୨୯୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୩୨ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି | ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୫୬ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୩୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି | ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀ ଅମିଷା ରାଣୀ ଲେଙ୍କା ସର୍ବାଧିକ ୪୭୩ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହିପରି ଏକ୍ସ୍ ରେଗୁଲାର୍ ରେ ପରୀକ୍ଷା ଦେଇଥିବା ୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି କଲେଜ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସହଯୋଗ ପାଇଁ ଅଭିଭାବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ସେହିପରି ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ କଲେଜର ଏହି ସଫଳତା ପାଇଁ ଅଧ୍ୟକ୍ଷ,ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଆଗାମୀ ଦିନରେ ଏହି ସଫଳତା ହାରକୁ ଆହୁରି ବୃଦ୍ଧି କରିବା ପାଇଁ ପିଲାଙ୍କ ପାଠ କ୍ଷେତ୍ରରେ ଅଧିକ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି |


