ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ରଥଙ୍କ ପୌରୋହିତ୍ୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡଃ.ଗୁରୁମୂର୍ତ୍ତୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇ ନାରୀଶକ୍ତି ଜାଗରଣ ପାଇଁ ଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମ୍ ନେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ I କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶିକ୍ଷା ବିଭାଗ ଡେମୋନଷ୍ଟ୍ରେଟର୍ ହେମନ୍ତ କୁମାର ନାୟକ,ରାଧା ମୋହନ୍ ରଥ, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରଶିକ୍ଷିକା ଭାବେ ରୀନା ଖଟେଇ ଏବଂ ଇତିଶ୍ରୀ ସ୍ଵାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଦେଇଥିଲେ I ଏହି ଅବସରରେ ସାଇ ଶ୍ରୀୟା ମହାରଣା, ଖୁସି ପ୍ରଧାନ, ମିନାକ୍ଷୀ ବେହେରାଙ୍କୁ ବେଷ୍ଟ୍ ଭଲ୍ୟୁଣ୍ଟାର ପୁରସ୍କାର ପ୍ରଦାନ କରାଯାଇଥିଲା I ଗ୍ରନ୍ଥାଗାରୀକ ବିଶ୍ଵନାଥ ଡାକୁଆ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ