ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା
ଚନ୍ଦ୍ରର ତୃତୀୟ କକ୍ଷପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨ । ଆସନ୍ତା ଦୁଇ ଦିନ ଧରି ଏହି କକ୍ଷପଥରେ ବୁଲିବ ଚନ୍ଦ୍ରଯାନ-୨ । ଏହା ପରେ ଅଗଷ୍ଟ ୩୦ ତାରିଖରେ ଚତୁର୍ଥ କକ୍ଷପଥରେ ଏହି ମହାକାଶଯାନ ଅବସ୍ଥାପିତ ହେବ । ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ସେକେଣ୍ଡ ପ୍ରତି ୧୦. ୯୮ କିଲୋମିଟର ବେଗରେ ଗତି କରୁଥିଲା ଚନ୍ଦ୍ରଯାନ-୨ । ଏବେ ଗତି କମାଯାଇ ୧.୯୮ କରାଯାଇଛି । ଚନ୍ଦ୍ରଯାନ-୨ର ଗତିକୁ ଆହୁରି କମାଇବାକୁ ପଡ଼ିବ । ଗତି କମ୍ ନକଲେ, ଚନ୍ଦ୍ରପୃଷ୍ଠରେ ମାଡ଼ ହେବାର ସମ୍ଭାବନା ଅଧିକ ରହିଛି ।