ବିଜ୍ଞାନ ବିଭାଗ ସମୂହରେ ସ୍ୱାଗତ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଧାମନଗରବିଜ୍ଞାନ ହେଉଛି ତଥ୍ୟ ଉପରେ ପଯ୍ୟବେଶୀତ ଜ୍ଞାନ ଏବଂ ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଅନ୍ୟ ମାନଙ୍କଠୁ ଭିନ୍ନ। ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ବିଭାଗୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଘ୍ୟ ସ୍ଥାପନ କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରମ୍ପରାକୁ ସମୃଦ୍ଧ କରିଥାଏ ବୋଲି ଧାମନଗର ମହାବିଦ୍ୟାଳୟ ବିଜ୍ଞାନ ବିଭାଗ ସମୂହର ସ୍ୱାଗତ ଉତ୍ସବରେ ମତ ପ୍ରକାଶ ପାଇଛି। ପ୍ରାଧ୍ୟାପକ ଡ଼ ବନମାଳୀ ଦାଶଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଆଶ୍ରିବାଦ ମହାନ୍ତି ଅତିଥି ଅଧ୍ୟାପକ ଧରିତ୍ରୀ ସାହୁ, ମହମାୟା ମହାନ୍ତି, ଅର୍ପିତା ସେଠୀ ଓ ଅଧ୍ୟାପକ ଦୀପକ କୁମାର ବେହେରା ଓ ମହମ୍ମଦ ମିକାଇଲ ଫାରୁକ ପ୍ରମୁଖ ଅତିଥି ରୂପେ ବକ୍ତବ୍ୟ ରଖିଥିଲେ। ପ୍ରଥମ ବର୍ଷ ସମ୍ନାନ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଗ୍ରଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ତୁଷାର କାନ୍ତ ପଣ୍ଡା ସ୍ୱାଗତ ସମ୍ଭାଷଣ କରିଥିଲା ବେଳେ ସରୋଜିନୀ ପତି, ରାଜୀବ ପରିଡା, ପ୍ରଦୀପ ନାୟକ, ବିକାଶ ସାହୁ, ଗୌରସଙ୍କର ପଣ୍ଡା, ଅନିତା ପ୍ରଧାନ ଓ ସୁନିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।