ବିଜ୍ଞାନ ମହାବିଦ୍ୟାଳୟରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଦିବସ ପାଳିତ
ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : କ୍ଷତ୍ରିୟବରପୁର ଆଚଂଳିକ ବିଜ୍ଞାନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର ଗାନ୍ଧିଜୀ କବିତା ପାଠସ୍ରୋବ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାକ୍ତନ ଆଂଚଳିକ ନିର୍ଦେଶକ ଡ. ନିରଳା ନନ୍ଦ ପାଣିଗ୍ରାହି, ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗାନ୍ଧୀଜିଙ୍କ ଜୀବନି ଉପରେ ବିସୃତ ଆଲୋଚନା କରିଥିଲେ । ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏଥô୍ରେ ବିଦ୍ୟାର୍ଥୀ ମାନଙ୍କୁ କିପରି ଉତ୍ତମ ଚରିତ୍ର ଗଠନ କରାଯାଇପାରିବ ସେ ଦିଗରେ ସେ ବକ୍ତବ୍ୟ ଦେଇଥିଲେ । ପ୍ରାଧ୍ୟାପିକା ପ୍ରଦୀପ କୁମାର ତ୍ରୀପାଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଜକ ବି ଗୋବିନ୍ଦ ରାଓ ବିବରଣୀ ଉପସ୍ଥାପନା କରିଥିଲେ । କାର୍ଯ୍ୟ କ୍ରମରେ ରେଡ୍କ୍ରସ ଓ ସ୍କାଉଡର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମପ୍ରସାଦ ପଣ୍ଡା, ପ୍ରକାଶ ଚନ୍ଦ୍ର ଆଳତିଆ, ବିର୍ଷ୍ଣୁ ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ଲେଙ୍କା, ଦିବାକର ମୁନି, ବିଜୟ ଲକ୍ଷ୍ମୀ ପାଢୀ , କୁମୁଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।


