ବିଜ୍ଞାନ ମହାବିଦ୍ୟାଳୟ ରେ ଗୁରୁଦିବସ ପାଳିତ

(ଯୁଗାବ୍ଦ ନ୍ୟୁଜ) କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଗୁରୁଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଙ୍କ ସଭାପତିତ୍ୱରେ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଫୁଲ ଚନ୍ଦନ ଦେଇ ଗୁରୁବନ୍ଦନା କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଆତ୍ମ ବିଶ୍ୱାସ ସହ ଆଗକୁ ଯିବାକୁ ଆଧ୍ୟକ୍ଷ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ ,ଡଃ ରାମ ପ୍ରସାଦ ପଣ୍ଡା, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଡଃ ରାଜେନ୍ଦ୍ର ଡାକୁଆ ,ପ୍ରକ।।ଶ ଚନ୍ଦ୍ର ଆଳତିଆ, ଋନିବାଳା ତ୍ରିପାଠୀ , କପିଳ ସାହୁ , ବିଜୟଲକ୍ଷ୍ନୀ ପାଢି , ସୂରୂପାରାଣୀ ବିଶ୍ୱାଳ , ଭାରତୀ ବିଶ୍ୱାଳ , ପିଙ୍କି ପଲାଇ ପ୍ରମୁଖ ଆର୍ଶିବାଦ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ତରଫରୁ ତୃପ୍ତିମିତ୍ର ରଥ , ରୂପାଲି ଗଉଡ , ଜ୍ୟୋତି ପ୍ରଭା ଗଉଡ , ନିକିତା ଗଉଡ ପ୍ରମୁଖ ଉଦବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ