ବିଜ୍ଞାନ ମେଳାରେ ସମସ୍ତ ବିଦ୍ୟାଳୟକୁ ସାମିଲ ପାଇଁ ଓଷ୍ଟାର ଦାବି
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାଧ୍ୟମରେ ଶିକ୍ଷା ସଚିବଙ୍କୁ ବିଜ୍ଞାନ ମେଳା ପ୍ରଦର୍ଶନୀରେ ଏଡେଡ, ନିଉ ଏଡେଡ ଓ ସ୍ଵିକୃତି ପ୍ରାପ୍ତ ବିଦ୍ୟାଳୟକୁ ସାମିଲ କରିବାପାଇଁ ଦାବିପତ୍ର ପ୍ରଦାନ କରାଯାଇଛି. ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ର ଅନୁସାରେ ଚଳିତ ବର୍ଷ କେବଳ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିପାରିବେ ବୋଲି ଦର୍ଶାଯାଇଛି. ଯାହା ଫଳରେ ଅନ୍ୟ ବିଦ୍ୟାଳୟର କୁନି ବୈଜ୍ଞାନିକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଥିରୁ ବଞ୍ଚିତ ହେବେ. ପୂର୍ବ ବର୍ଷ ଭଳି ସମସ୍ତ ବିଦ୍ୟାଳୟକୁ ସାମିଲ କରିବାପାଇଁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି. ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତାଙ୍କ ନେତୃତ୍ବରେ ସଂଘର ଜିଲ୍ଲା ସଂପାଦକ କିଶୋର କୁମାର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଦୟାନିଧି ମହାନ୍ତ, ରଞ୍ଜିତା ରାଣୀ ଦାସ, ସୁଶାନ୍ତ କୁମାର ଗିରି, ସୁଦର୍ଶନ ବାରିକ ଓ ଭବାନୀ ଶଙ୍କର ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ.