ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସାହିତ୍ୟ ବିଭାଗ ତରଫରୁ ସ୍ୱାଗତ ଓ ଆଲେଚନା ଚକ୍ର

(ଯୁଗାବ୍ଦ ନ୍ୟୁଜ )ଶୁକ୍ରବାର ଦିନ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ତୃତୀୟ ବର୍ଷ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଙ୍କ ଉଦ୍ୟମରେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ଓଡିଆ ଭାଷା ଓ ସାହିତ୍ୟ ର ମୁଖ୍ୟ ଡଃ.ଗୁରୁମୂର୍ତ୍ତୀ ନାୟକ ଓ ମୁଖ୍ୟ ଅତିଥି ମାହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଜିତ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ , ଅଶୋକ କୁମାର ସ୍ୱାଇଁ , ସପନ କୁମାର ପ୍ରଧାନ ଅତିଥି ଅଧ୍ୟାପିକା ଶ୍ରୀମତି ପିଙ୍କି ପାତ୍ର ମଞ୍ଚାସିନ ଥିଲେ । ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀ ପୂର୍ଣ୍ଣିମା ମହାରଣା ଓଡିଆ ସାହିତ୍ୟ ରେ ଜଗନ୍ନାଥ ଉପରେ ସନ୍ଦର୍ଭ ପାଠ କରିଥିଲେ । ଶେଷରେ ସପନ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ