ବିଜୟବର୍ଗୀୟଙ୍କ ପୁୃଅ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ

ଭୋପାଳ ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଇନ୍ଦୋର ନଗର ନିଗମର ଜଣେ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ପିଟିବା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୟ ସାଧାରଣ ସଂପାଦକ ବିଜୟବର୍ଗୀୟଙ୍କ ମହଙ୍ଗା ପଡିଛି । ମଧ୍ୟପ୍ରଦେଶ ପୋଲିସ ବିଜୟବର୍ଗୀଙ୍କ ସହ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ ଇନ୍ଦୋରରେ ଜବରଦଖଲ ରେ ନିର୍ମିତ ଘରକୁ ବୁଧବାର ଦିନ ଭାଙ୍ଗିବା ସମୟରେ ଅଧିକାରୀଙ୍କ ସହ ଆକାଶଙ୍କ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ କଡା ପ୍ରତିକ୍ରିୟା ରଖିବା ପରେ ଆକାଶଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ