ବିଜୟର ଦ୍ୱାରଦେଶରେ ବିଜେଡି ନଗରପାଳ ପ୍ରାର୍ଥୀ ସରିତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାର ପରିଷଦ ନିର୍ବାଚନ ପାଇଁ ମଙ୍ଗଳବାର ଅପରାହ୍ନରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟ ସମାପ୍ତ ହୋଇଯାଇଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ଜୋରଦାର କରିଥିଲେ । ଏଠାରେ ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁ, କଂଗ୍ରେସର ନଗରପାଳ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ଓ ବିଜେପିର ନଗରପାଳ ପ୍ରାର୍ଥୀ ମିନାକ୍ଷୀ ଦାଶଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକ ଦଳ ପକ୍ଷରୁ ସେମାନଙ୍କ ଆଭିମୁଖ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଛି । କେନ୍ଦ୍ରାପଡା ପୈାରାଞ୍ଚଳର ସାମୁହିକ ବିକାଶକୁ ପ୍ରତ୍ୟେକ ଦଳର ପ୍ରାର୍ଥୀ ପ୍ରାଧାନ୍ୟ ଦେଇଛନ୍ତି । ତିନିଦଳର ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର ସମୟରେ ସେମାନଙ୍କ ପ୍ରତି ଥିବା ଜନସମର୍ଥନରୁ ଜଣାପଡୁଛି ଯେ ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁଙ୍କ ପ୍ରତି ବେଶ ଜନ ସମର୍ଥନ ରହିଛି । ଏଥିସହିତ ବିଭିନ୍ନ ୱାର୍ଡରୁ ମିଳିଥିବା ତଥ୍ୟ ଅନୁଯାଇ ନଗରପାଳ ପ୍ରାର୍ଥୀ ଶ୍ରୀମତୀ ସାହୁଙ୍କ ପ୍ରତି ମଧ୍ୟ ଅଧିକ ଜନସମର୍ଥନ ରହିଛି । ତେଣୁ ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁ ଚଳିତ ପୈାର ନିର୍ବାଚନରେ ବିଜୟର ଦ୍ୱାରଦେଶରେ ପହଞ୍ଚି ଥିବା ଜନମତ ସର୍ଭେରୁ ଜଣାପଡିଛି ।