ବିଜୟ ମୁକୁଟ ପିନ୍ଧାଇବା ନେଇ ଭୋଟରଙ୍କ ସଂକଳ୍ପ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ କଂଗ୍ରେସ ଓ ସିପିଆଇ ମେଣ୍ଟରୁ ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ସାମ୍ବାଦିକ ତଥା ଆଇନଜୀବି ସଂଗ୍ରାମ କେଶରୀ ଜେନା ଓ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ବିଶ୍ୱଭାରତୀ ଶର୍ମା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଦୁଇ ପ୍ରାର୍ଥୀଙ୍କର ନିର୍ବାଚନୀ ପ୍ରଚାର ଜୋରଦାର ହେବାରେ ଲାଗିଛି । ଦୁଇ ପ୍ରାର୍ଥୀ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ଆଗାମୀ ଦିନରେ ପଞ୍ଚାୟତରେ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରାର୍ଥୀଦ୍ୱୟ ପ୍ରତିଶୃତି ଦେଉଛନ୍ତି । ବିଶେଷକରି ସଂଗ୍ରାମ ଜଣେ ଉଚ୍ଚ ଶିକ୍ଷକ ଯୁବକ ହୋଇଥିବା ବେଳେ ପେସାରେ ଜଣେ ସାମ୍ବାଦିକ ଓ ଆଇନଜୀବି ଅଟନ୍ତି । ଛାତ୍ର ଜୀବନରୁ ସେ ନିଜକୁ ସମାଜସେବୀରେ ନିୟୋଜିତ କରିଆସିଛନ୍ତି । ବିଭିନ୍ନ ସମୟରେ ସେ ନିଜ ପଞ୍ଚାୟତର ଲୋକ ମାନଙ୍କ ସମସ୍ୟା ସହିତ ଜଡିତ ରହି ସମାଧାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଉକ୍ତ ପଞ୍ଚାୟତର ଆବାଳ ବୃଦ୍ଧ ବନିତା ତାଙ୍କୁ ଭଲ ପାଇଆସୁଛନ୍ତି । ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ହେବା ଠାରୁ ସମସ୍ତ ଯୁବଛାତ୍ର ଓ ବୃଦ୍ଧିଜୀବି ମାନେ ତାଙ୍କୁ ସମର୍ଥନ ଜଣାଇଆସିବା ସହ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଘରେ ଘରେ ସେ ବେଶ ପରିଚିତ ଅଟନ୍ତି । ଏବେ ପ୍ରତ୍ୟେକ ଗ୍ରାମରେ ଭୋଟ ଭିକ୍ଷା କରିବା ବେଳେ ଭୋଟର ମାନେ ତାଙ୍କୁହିଁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ପ୍ରତିଶୃତି ଦେଉଛନ୍ତି । ସର୍ବୋପରି ସେ ଏବେ ପଞ୍ଚାୟତର ସବୁ ଭୋଟରଙ୍କ ମନ ଜିଣି ପାରିଥିବା ଜଣାଯାଇଛି । ଅନ୍ୟ ପ୍ରାର୍ଥୀଙ୍କ ଠାରୁ ତାଙ୍କ ପ୍ରତି ଭୋଟର ମାନେ ଆକୃଷ୍ଟ ହେଉଥିବା ଦେଖାଯାଇଛି । ଆଗାମୀ ନିର୍ବାଚନରେ ତାଙ୍କୁହିଁ ପଞ୍ଚାୟତର ଭୋଟର ମାନେ ବିଜୟ ମୁକୁଟ ପିନ୍ଧାଇବେ ବୋଲି ଚର୍ଚ୍ଚା ହେଉଛି ।