ବିଞ୍ଝୁଆରେ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ରାଇରଙ୍ଗପୁର ,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମର ରାମ ମନ୍ଦିର ନିକଟ ଭାଗବତ ଟୁଙ୍ଗି ପରିଷଦରେ ମୟୂରଭଂଜ (୨) ଜିଲ୍ଲା ସଭପତି ସାମ୍ବାଦିକ ମଧୁସୂଦନ ଦାସଙ୍କ ପୌରହିତ୍ୟରେ ବିଶ୍ବ ହିନ୍ଦୁ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।୧୯୬୪ ମସିହା ଅଗଷ୍ଟ ୩୦ ତାରିଖରେ ହିନ୍ଦୁ ସମାଜର ପ୍ରମୁଖ ସନ୍ଥ ପୂଜ୍ୟ ସ୍ବାମୀ ଚିନ୍ମୟାନନ୍ଦଙ୍କ ମୁମ୍ବାଇସ୍ଥିତ ସନ୍ଦିପନୀ ଆଶ୍ରମରେ ବିଶ୍ବ ହିନ୍ଦୁ ପରିଷଦ ଗଠନ କରାଯାଇଥିଲା ।ଅଗଷ୍ଟ୨୯ ତାରିଖରୁ ସେପ୍ଟେମ୍ବର ୫ ମାସ ପର୍ଯ୍ୟନ୍ତ ବିଶ୍ବର ପ୍ରତ୍ୟେକ କୋଣ ଅନୁକୋଣେ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ସେବେଠାରୁ ପାଳନ କରାଯାଇଆସୁଅଛି ।ସଭାପତି ମଧୁସୂଦନ ଦାସ,ବରିଷ୍ଠ ମାର୍ଗଦର୍ଶକ ଶିକ୍ଷାବିତ୍ ଶରତ ବସା,ସଂପାଦକ ବିକାଶ ଦାସ,ସୁଦର୍ଶନ ବସା ପ୍ରମୁଖ ବିଶ୍ବ ହିନ୍ଦୁ ପରିଷଦର ଗଠନ,ଆଭିମୁଖ୍ୟ,ଲକ୍ଷ୍ୟ,ଉଦେଶ୍ୟ,କାର୍ଯ୍ୟପଦ୍ଧତି ଉପରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ ।ଏହି କାର୍ୟ୍ୟକ୍ରମରେ ସୁଧୀର ବସା,ବସନ୍ତ ମହାପାତ୍ର,ବିଜୁ ସାହୁ,କଳାକାର ମହାପାତ୍ର,ବଳରାମ ବସା,ଲାଲବାବୁ ମହାପାତ୍ର,ରୂପକ ବସା,ଦକ୍ଷରାଜ ମହାପାତ୍ର,ବଣ୍ଟି ସାହୁ,ଉତ୍ତମ ବସା,ଶଙ୍କର ବେହେରା,ଭିକାରୀ ମହାପାତ୍ର,ଅଶ୍ବିନୀ ବାରିକ,ହରି ମହାକୁଡଙ୍କ ସମେତ ବିଶ୍ବ ହିନ୍ଦୁ ପରିଷଦ,ସ୍ବୟଂ ସହାୟକ ସେବକ ଓ ରାଷ୍ଟ୍ରବାଦୀ କାର୍ୟ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।


