ବିଞ୍ଝୁଆ ଗ୍ରାମରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଅବସରରେ କଳସଯାତ୍ରା ଓ ରତ୍ନମୁଦ କାଯ୍ୟକ୍ରମ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଅବସସରେ ରତ୍ନମୁଦ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଏହି ପରିପ୍ରେକ୍ଷୀରେ ୧୦୮’ରୁ ଉର୍ଦ୍ଧ କଳସ ଯାତ୍ରା ସହିତ ମାଙ୍ଗଳିକ ବାଦ୍ୟ, ସଂକିର୍ତ୍ତନ ମଣ୍ଡଳୀ,ନାରୀ ଶସକ୍ତି କରଣ ଶସ୍ତ୍ର ଯାତ୍ରା ସହିତ,ଶ୍ରୀରାମ,ଲକ୍ଷ୍ମଣ,ସୀତା,ହନୁମାନ ତଥା ବିଭିନ୍ନ ମୁନି ଋଷି ଦଳର ବେଶ ର ସାଜସଜ୍ଜାରେ ଲୋକେ ସାମିଲ ହୋଇଥିଲେ।କଳସ ଯାତ୍ରାକୁ ଶଙ୍ଖଧ୍ବନୀ,ଘଣ୍ଟ ଘଣ୍ଟା ଓ ପୁଷ୍ପ ବୃଷ୍ଟି କରାଯାଇ ସ୍ବାଗତ କରା ଯାଇଥିଲା ଏବଂ ଜୟ ଶ୍ରୀରାମ ଧ୍ବନୀରେ ବିଞ୍ଜୁଆ ଗ୍ରାମ ପ୍ରକମ୍ପିତ ହୋଇଥିଲା। ତାପରେ ବିଧିବିଧାନର ସହିତ ଯଜ୍ଞାନୁଷ୍ଠାନ କାଯ୍ୟ ଓ ସାହାଡା ବୃକ୍ଷ ପୂଜନ କରି ଦାରୁ ସଂଗ୍ରହ ଓ ହୋମ ଯଜ୍ଞାଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ର ଜଗନ୍ନାଥ ମନ୍ଦିର ପୂଜକ ଦେବବ୍ରତ ପଣ୍ଡା ତୁଲାଇ ଥିବାବେଳେ ସ୍ଥାନୀୟ ହରିହର ମନ୍ଦିର ପୂଜକ କୁଶ ନନା ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ।ବଲାଙ୍ଗିର ଜିଲ୍ଲା ଶ୍ରୀରାମ ମଠର ମହନ୍ତ ମାତା କମଳା ମଞ୍ଜରୀ ଦେବୀ ଗୋସ୍ବାମୀ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ।ଏଥିରେ ଶ୍ରୀରାମ ମନ୍ଦିର ର ମୂଖ୍ୟ କାର୍ଯ୍ୟକର୍ତ୍ତା ମହେନ୍ଦ୍ର ସାହୁ ଓ ତାଙ୍କ ସହ ଧର୍ମିଣୀ ସୁଷମା ସାହୁ ନିଷ୍ଠାର ସହ ଯୋଜ୍ଞ କର୍ତ୍ତାର ଦାୟିତ୍ବ ତୁଲାଇଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ଶ୍ରଦ୍ଧାଳୁ ଭକ୍ତଗଣ ରତ୍ନ ମନ୍ଦିରରେ ଅମୂଲ୍ୟ ରତ୍ନ ସୁନା,ରୂପା,ତମ୍ବା,ପିତ୍ତଳ ଓ ଧାନ କଉଡି ଇତ୍ୟାଦି ଅର୍ପଣ କରିଥିଲେ ଅବସରପ୍ରାପ୍ତ କଲେକ୍ଷ ଅଧ୍ୟକ୍ଷ ଶରତଚନ୍ଦ୍ର ବସା’ଙ୍କ ମାର୍ଗଦର୍ଶନରେ, ମନ୍ଦିର ପରିଚାଳନା କମିଟିର ସଭାପତି ଜୟନ୍ତ କୁମାର ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବକୁ ସଫଳ କରାଇବାରେ ସୁଧିର କୁମାର ବସା,ବସନ୍ତ କୁମାର ମହାପାତ୍ର ଓ ପଦ୍ମଲୋଚନ ବସା, କୁଆଁର ସାହୁ,ଉତ୍ତମ କୁମାର ବସା,ହେମନ୍ତ କୁମାର ମହାପାତ୍ର,ରବିନ୍ଦ୍ର ବେହେରା ତଥା ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନ ସମେତ ଝାରଖଣ୍ଡ,ବିହାର ଓ ପଶ୍ଚିମବଙ୍ଗରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।ଶେଷରେ ସର୍ବ ସାଧାରଣ’ଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରା ଯାଇଥିଲା।


