ବିଡ଼ିଓଙ୍କୁ ଦାବିପତ୍ର ଦେଲେ ସରପଞ୍ଚ ସଙ୍ଘ
ହାଟଡ଼ିହି, (ବିକାଶ ବିଶ୍ୱାଳ):୧୫ଦଫା ଦାବି ନେଇ ସରପଞ୍ଚ ମାନେ ଭୁବନେଶ୍ୱର ରେ ଆନ୍ଦୋଳନ ଚଳାଇ ଥିବା ବେଳେ ଆଜି ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ହାଟଡ଼ିହି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ଡିଜିଟାଲ ଦସ୍ତଖତ ପ୍ରମାଣ ପତ୍ର ଫେରସ୍ତ ନେଵାଲାଗି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଘ ସଭାପତି ଚିନ୍ମୟ ନାୟକଙ୍କ ନେତୃତ୍ୱରେ ରବିନ୍ଦ୍ର ଯେନା, ହରିଶ୍ଚନ୍ଦ୍ର ଜେନା, ଜଗବନ୍ଧୁ କାଣ୍ଡି, ହେମଲତା ବେହେରା, ଅନୁରାଧା ମହାପାତ୍ର, ମମତା ବେହେରା, ମଧୁମିତା ସ୍ୱାଇଁ, ଆରତୀ ଜେନା, ସୁବାସିନୀ ସେଠୀ, ସ୍ନିଗ୍ଧା ରାଣୀ କାଣ୍ଡି, ସସ୍ମିତା ମହାପାତ୍ର, ପ୍ରଶାନ୍ତ ରାଉତ, ସସ୍ମିତା ଓଝା, ମନିଶାରାଣୀ ସା ଙ୍କ ସମେତ ୩୧ଯାକ ପଞ୍ଚାୟତର ସରପଞ୍ଚ ମାନେ ଏକତ୍ରିତ ହୋଇ ସରକାର ସେମାନଙ୍କ ଦାବି ପୂରଣ କରୁ ନଥିବାରୁ ସେମାନଙ୍କ ନିକଟରୁ ଡିଜିଟାଲ ଦସ୍ତଖତ ପ୍ରମାଣ ପତ୍ର ଫେରାଇ ନେବାକୁ ବିଡିଓ ଙ୍କୁ ଲିଖିତ ଭାବେ ଜଣାଇଥିଲେ। ପଞ୍ଚାୟତ ରେ ପିଇଓ ମାନଙ୍କୁ ସମସ୍ତ କ୍ଷମତା ଦିଆ ଯାଉଥିବା ବେଳେ ସେମାନ ଙ୍କୁ ସଖୀ କଂଣ୍ଢେଇ କରି ରଖା ଯାଉଛି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଥିଲେ। ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।