ବିଡ଼ିଓଙ୍କ ପାଖ ଚେୟାରରେ ଆରତୀ ଦେବୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରେ ଅଗଷ୍ଟ ୭ ତାରିଖ ଦିନ ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ ବୃନ୍ଦଙ୍କୁ ତାଲିମ ପ୍ରଦାନ ଦିଆଯାଇଥିଲା। ସକାଳ ୯ ଘଣ୍ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ତାଲିମ କାର୍ଯ୍ୟ ଚାଲିଥିଲା। ତାଲିମ ଦାତା ଭାବେ ବୁଗୁଡା ବିଡ଼ିଓ ବାସୁଦେବ ନାୟକ ଓ ବୁଗୁଡା ଜିପିଓ ମନୋଜ କୁମାର ସାହୁ କାର୍ଯ୍ୟରତ ଥିଲେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ସରକାରୀ କର୍ମଚାରୀଙ୍କୁ ନେଇ ଚାଲିଥିଲା ତାଲିମ। ତାଲିମ ସମୟ ମଧ୍ୟରେ ଜଣେ ବେସରକାରୀ ମହିଳା, ପୋଲସରା ବ୍ଲକ ଢୁଙ୍କାପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆରତୀ ଦେବୀ ଯାଇ ବିଡ଼ିଓଙ୍କ ନିକଟ ସିଟରେ ବସି ବିଡ଼ିଓଙ୍କ ସହ ଆଲୋଚନା କରିବା ଶୁଣା ଯାଉଛି। ମାତ୍ର ବୁଗୁଡା ବିଡ଼ିଓ ଶ୍ରୀ ନାୟକଙ୍କ ସହ ଯୋଗାଯୋଗ ବେଳେ ସେ କହିଲେ ଯେ ସେହି ଭଦ୍ର ମହିଳା ଜଣଙ୍କୁ ମୁଁ ଜାଣିନାହିଁ। ହୁଏତ ବିଡ଼ିଓ ମହୋଦୟ ଆରତୀ ଦେବୀଙ୍କୁ ଜାଣିନଥିବେ, ମାତ୍ର ପ୍ରଶ୍ନ ଉଠୁଛି ସରକାରୀ ତାଲିମ କାର୍ଯ୍ୟରେ ଜଣେ ବେସରକାରୀ ବ୍ୟକ୍ତି ବିଡ଼ିଓଙ୍କ ନିକଟରେ ବସି ବହୁ ସମୟ ଧରି ଫୋନରେ କଥାବାର୍ତ୍ତା ହେବାକୁ ବିଡ଼ିଓ ମହୋଦୟ ଅନୁମତି ପ୍ରଦାନ କଲେ କିପରି ? ବିଡ଼ିଓଙ୍କ ସହ ଜଣେ ସାଧାରଣ ଜନତା ଆଲୋଚନା କରିବାର ସମସ୍ତଙ୍କ ଅଧିକାର ଅଛି। ଯଦି ବିଡ଼ିଓଙ୍କ ସହ ଆରତୀ ଦେବୀଙ୍କ ଜରୁରୀ ଆଲୋଚନା ଥିଲା ତେବେ ତାଲିମ କେନ୍ଦ୍ରରୁ ବାହାରକୁ ଯାଇ ବିଡ଼ିଓ ଆଲୋଚନା କରିଥିଲେ ବିଭିନ୍ନ କଥା ଆଲୋଚନାକୁ ଆସିନଥାନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ