ବିଡ଼ିଓଙ୍କ ସମୀକ୍ଷା ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ ଠାରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଅକ୍ଷୟ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଵିଡିଓ ଦେବଦତ୍ତ ଦାସ ଯୋଗଦେଇଥିଲେ। ପଞ୍ଚାୟତ ଅଞ୍ଚଳରେ ପରିମଳ, ଅଙ୍ଗନବାଡ଼ି, ପାନୀୟଜଳ ଆଦି କାର୍ଯ୍ୟ ଉପରେ ଵିଡିଓ ସମୀକ୍ଷା କରିଥିଲେ।ଏହା ଛଡ଼ା ୨୧ ଏକର ପରିମିତ ସ୍ଥାନୀୟ ପାରାଜୋରକୁ ବିଡ଼ିଓ ପରିଦର୍ଶନ କରିବା ସହ ଏହାର ଯଥାଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆୟୋଜିତ ସମୀକ୍ଷା ବୈଠକରେ ସମିତି ସଭ୍ୟା ପ୍ରଭାସିନୀ ପଣ୍ଡା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମିନକେତନ ଵାରିକ, କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର, ସାମାଜିକ କର୍ମୀ ନାରାୟଣ ବେହେରା, ପର୍ଶୁରାମ ପଣ୍ଡା, ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ଓ୍ଵାଡ ସଭ୍ୟ ସଭ୍ୟା, ଅଙ୍ଗନବାଡ଼ି ଦିଦି ଓ ପଞ୍ଚାୟତ ଏମବିକେ ସିଆରପି ପ୍ରମୁଖ ଉପସ୍ଥିତ ଥିଲେ ।


