ବିଡ଼ିଓଙ୍କ ସରସଦା ପଞ୍ଚାୟତ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସରସଦା ପଂଚାୟତ କୁ ଆଜି ଵିଡିଓ ଦେବଦତ୍ତ ଦାସ ପରିଦର୍ଶନ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ସରପଞ୍ଚ ରମେଶ ଚନ୍ଦ୍ର ଜେନା ଙ୍କୁ ଵିଡିଓ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷ କରି ଏନ୍ଆରଇଜିଏସ, ଭତ୍ତା, ପାନୀୟ ଜଳ,ସ୍ଵଛ ଭାରତ ପ୍ରକଳ୍ପ ବାବଦରେ ଵିଡିଓ ଉପସ୍ଥିତ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ଏଥିରେ ସମିତି ସଭ୍ୟା କମଳା ଜେନା, କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ବେହେରା, ଉଦୟନାଥ ଵେଜ,ସମାଜ ସେବୀ ଗୁଣାକର ବେହେରା, ପିତାମ୍ବର ଦିଅ, ଯୁବ ନେତା ପ୍ରିତିସ ରଞନ ନାୟକ, ଅକ୍ଷୟ ଜେନା,ପ୍ରଣୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


