ବିଡ଼ିଓ ଓ ସରପଞ୍ଚ ହାତରେ ଝାଡୁ ଧରି ସଫେଇ କଲେ ଗାଁ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସରପଞ୍ଚ ମମତା ସୁବୁଦ୍ଧି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଗଞ୍ଜାମ ଜିଲ୍ଲାପରିଷଦ ର ସିଡିଓ ଭି. କୀର୍ତ୍ତିଭାସନ, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ବିଡ଼ିଓ ସୁଶାନ୍ତ କୁମାର ବରାଳ, ଏବିଡିଓ ଜୟଶ୍ରୀ ନାୟକ,ସରପଞ୍ଚ ମମତା ସୁବୁଦ୍ଧି,ସମିତି ସଭ୍ୟା ଏନ. କାନ୍ତାମ୍ମା ପାତ୍ର, ନାଏବ ସରପଞ୍ଚ ବି. ନାଗେଶ୍ୱର ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଯୁବ ନେତା ଏନ ମୁନା ପାତ୍ର ଓ ବାପି ଦାସଙ୍କ ସମେତ, ବହୁ ୱାର୍ଡ ମେମ୍ବର,ଏମ୍ବିକେ, ସିଆରପି, ଅଙ୍ଗନବାଡି ଓ ଆଶା କର୍ମୀ, ମିଶନ ଶକ୍ତି ର ମା ଏବଂ ପଂଚାୟତବାସୀ ମାନେ ହାତରେ ଝାଡୁ ଗ୍ରାମ କୁ ସଫେଇ କରିଥିଲେ, ଏହାସହିତ ପରିବେଶ ସୁରକ୍ଷା ଉପରେ ମଧ୍ୟ ଲୋକଙ୍କୁ ସଚେତନତା କରିଥିଲେ, ପରେ ଏନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଖୋଦ ଜିଲପରିଷଦ ସିଡିଓ ନିଜେ ହାତରେ ଝାଡୁ ଧରି ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ