ବିଡ଼ିଓ ଙ୍କୁ ଦାବିପତ୍ର
ବେଲଗୁଣ୍ଠା- ଚିତ୍ତରଞ୍ଜନ ପାଢୀ ପାତ୍ର;ବେଲଗୁଣ୍ଠା ବ୍ଲକ ର ୧୮ଟି ଗ୍ରାମ ପଞ୍ଚାୟତ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବିଭିନ୍ନ ଦାବି ନେଇ ଏକ ବୈଠକରେ ଆଲୋଚନା କରିଥିଲେ ।ସଂଘ ସଭାପତି ମହେଶ୍ବର ନାୟକଙ୍କ ସଭାପତିତ୍ୱରେ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା । ସଂଘର ମୁଖ୍ୟ ଦାବି ହେଲା ସମାନ କାମକୁ ସମାନ ଦରମା,ସ୍ଥାୟୀ ଚାକିରୀ,୨୦୧୪ ମସିହା ୧୨୫।ନିୟମ ସଂଶୋଧନ ପାଇଁ ଆଲୋଚନା କରାଯାଉ ।ଏହିପରି ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସରୋଜ କୁମାର ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ଯଦି ସରକାର ଆଗାମୀ ଦିନରେ ଦାବି ପୁରଣ ନ କରନ୍ତି ତେବେ ଆଗାମୀ ଶୀତ କାଳୀନ ଅଧିବେଶନରେ ସଂଘର ଦାବିକୁ ନେଇ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ବଂଶୀଧର ବିଶ୍ୱାଳ,ଜିଲ୍ଲା କୋଷାଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ପ୍ରଧାନ, ରାଜ୍ୟ ସଂଯୋଜକ ଅରୁପାନନ୍ଦ ଡାକୁଆ,ରାଜ୍ୟ ସଂଗଠନ ସଂଯୋଜକ ତାରିଣୀ ଚରଣ ଭୁୟାଁ, ବ୍ଲକ ସମ୍ପାଦକ ଖଦାଳ ବେହେରା, କୋଷାଧ୍ୟକ୍ଷ ପ୍ରେମାନନ୍ଦ ନାୟକ, ଉପସଭାପତି ମଧୂସୁଦନ ନାୟକ, ସଂଯୋଜକ ରାମଚନ୍ଦ୍ର ଶତପଥୀ ଓ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ଥିଲେ ।


