ବିଡିଓଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତକୁ ବିଡିଓ ବିଜୟ କୁମାର ସାହୁ ପରିଦର୍ଶନ କରିଥିଲେ । ଆବାସ ଯୋଜନା ନିର୍ମାଣାଧିନ ଗୃହ ଗୁଡିକୁ ବିଡିଓ ବୁଲି ଦେଖିଥିବାବେଳେ କାମର ଅଗ୍ରଗତି ନେଇ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାସହିତ ଗୋଷ୍ଠୀ ପରିମଳ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବାବେଳେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଡିଓଙ୍କ ସହିତ ସରପଞ୍ଚ ଜଗବନ୍ଧୁ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଆରଏସ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଷୋଳମପୁର ପଞ୍ଚାୟତକୁ ଗସ୍ତ କରି ସେଠାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲିଦେଖିଥିଲେ । ବିଶେଷକରି ଯୋଜନା ଅନ୍ତର୍ଗତ ବିଭିନ୍ନ ରାସ୍ତା କାର୍ଯ୍ୟ ସହିତ ଆବାସ ଯୋଜନାର ସମୀକ୍ଷା କରିଥିଲେ । ଏହାସହ ସ୍ଥାନୀୟ ଶ୍ରମିକ ମାନଙ୍କ ସହ ବିଡିଓ ଭାବବିନିମୟ ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ