ବିଡିଓଙ୍କ ଏନଆରଇଜିଏସ କାର୍ଯ୍ୟକ୍ଷେତ୍ର ପରିଦର୍ଶନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତକୁ ଆଜି ବିଡିଓ ବିଜୟ କୁମାର ସାହୁ ପରିଦର୍ଶନ କରିଥିବା ଜଣାଯାଇଛି । ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଡିଓ ଶ୍ରୀସାହୁ ସରପଞ୍ଚ ବିଜୟ ସ୍ୱାଇଁଙ୍କ ସହିତ ଆଲୋଚନା କରିଥିବାବେଳେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପଞ୍ଚାୟତର ସରପଦା ଗ୍ରାମରେ ଏକ ଅଙ୍ଗନବାଡି ଗୃହର ପାଶ୍ୱର୍ ଅଞ୍ଚଳରେ ଏନଆରଇଜିଏସ ମାଧ୍ୟମରେ ମାଟି କାମ ହେଉଥିବାବେଳେ ଏହାକୁ ବିଡିଓ ପରିଦର୍ଶନ କରିଥିଲେ । ଏହା ସହିତ ନୂତନ ନିର୍ମାଣାଧିନ ଏକ ରାସ୍ତାକୁ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ ଏନଆରଇଜିଏସ ମାଧ୍ୟମରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ