ବିଡିଓଙ୍କ ଗ୍ରାମୀଣ ଗୃହକାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତକୁ ଆଜି ବିଡିଓ ବିଜୟ କୁମାର ସାହୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିଛନ୍ତି । ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଭିତ୍ତିକ ଗ୍ରାମୀଣ ପକ୍କା ଗୃହ ନିର୍ମାଣ ସମ୍ପର୍କରେ ବିଡଓ ସମୀକ୍ଷା କରିଛନ୍ତି । ପଞ୍ଚାୟତର ବିଭିନ୍ନ ୱାର୍ଡକୁ ଯାଇ ହିତାଧିକାରୀଙ୍କ ସହିତ ଗୃହ ନିର୍ମାଣ ସମ୍ପର୍କିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ଯେଉଁ ହିତାଧିକାରୀ ମାନେ କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ କରିନାହାଁନ୍ତି ଓ ଅଧା ନିର୍ମାଣ କରିଥିବା ଘର ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାଛଡା ଠିକ ସମୟରେ ଗୃହ ନିର୍ମାଣ କରିସାରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ବିଡିଓ ଶ୍ରୀ ସାହୁ ଉପସ୍ଥିତ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ