ବିଡିଓଙ୍କ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି
କେନ୍ଦ୍ରାପଡା:କେନ୍ଦ୍ରାପଡା ପୈାରାଚଂଳର ସମସ୍ତ ୱାର୍ଡରେ ପୈାର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ପୈାର କର୍ମଚାରୀମାନେ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇବା ପାଇଁ ଜନସାଧାରଙ୍କୁ ଆବଶ୍ୟକ ସଚେତନତା ନିମନ୍ତେ ମାଇକ ଯୋଗେ ବାରମ୍ବାର ପ୍ରଚାର କରାଯାଇ ସଚେତନ କରାଯାଉଥିବା ବେଳେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ଗୁଡିକରେ ବିଡିଓ ସୁଧିର କୁମାର ସିଂଙ୍କ ନେତୃତ୍ୱରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଇବା କାର୍ଯ୍ୟ ଜାରି ରହିଛି । ଲୋକମାନେ ଘର ଭିତରେ ରହିବା ଓ ନିତ୍ୟାନ୍ତ ଆବଶ୍ୟକ ହେଲେ ବାହାରକୁ ବାହାରିବା ଏବଂ ଅନ୍ୟାନ୍ୟ ସୁରକ୍ଷା ମୂଳକ ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି । ସହରର କେତେକ ସ୍ଥାନରେ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସହିତ ପୈାର ପ୍ରଶାସକ ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଉପସ୍ଥିତ ରହି ଗାଡି ଗୁଡିକ ଯାଂଚ କରୁଥିବାର ଦେଖାଯାଇଥିଲା ।