ବିଡିଓଙ୍କ ବିଭ୍ରାନ୍ତ କର ନୋଟିସ : ପୁରୁଣା ଚିଠିରେ ନୂଆ ଦସ୍ତଖତ : ଜିଲ୍ଲାପାଳଙ୍କ ଜନଶୁଣାଣୀ କେବେ?
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :-ତିର୍ତ୍ତୋଲ ବ୍ଲକ ପ୍ରଶାସନର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଡିଓଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତିର୍ତ୍ତୋଲ ବ୍ଲକ ପ୍ରଶାସନରେ ଦୀର୍ଘଦିନ ଧରି ରହି ଦୁଇଜଣ କର୍ମଚାରୀ ଓ ବିଡ଼ିଓ ମେରୀରାୟ ଶାସନ ଚଳାଇଛନ୍ତି । ବ୍ଲକ ଦୁର୍ନୀତିରେ ବୁଡିରହିବା ଓ ଦୀର୍ଘଦିନ ଧରି ଆସ୍ଥାନ ଜମାଇ ଥିବା ବିଡିଓଙ୍କ ଦୃବ୍ୟବହାରକୁ ନେଇ ଗତକାଲି ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦର ସ୍ବର ଉଠିଥିଲା । ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକ ବିଡିଓଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇ ଧାରଣା ଦେଇଥିଲେ । ତିର୍ତ୍ତୋଲ ବ୍ଲକର ଅନେକ ପଞ୍ଚାୟତରେ ଦୁର୍ନୀତି ଯୋଗୁଁ ନବନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ନେଇ ପାରୁନାହାନ୍ତି।କନକପୁର,ଗୋବିନ୍ଦପୁର, ଗରାମ,ତୁଳଙ୍ଗ, ଆଦି ପଞ୍ଚାୟତ ଏହାର ଉଦାହରଣ ପାଲଟିଥିବା ବେଳେ ବ୍ଲକ କର୍ମଚାରୀଙ୍କ କଳାକାରନାମା ଓ ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧିଙ୍କ ଯୋଗୁଁ ଫାଇଲ ଗାଏବ ପରି ଗୁରୁତର ଦୁର୍ନୀତି ରହିଛି । ବ୍ଲକ ପ୍ରଶାସନରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ବେଳେ ତିର୍ତ୍ତୋଲ ବ୍ଲକ ବିଡିଓଙ୍କ ନୋଟିସ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଜ୍ଞାପକ ସଂଖ୍ୟା ୧୪୫୬,ତାରିଖ ୧୭/୫/୨୦୨୨ରେ ବିଡ଼ିଓ ଅଟଳବିହାରୀ ସ୍ୱାଇଁଙ୍କ ସ୍ୱାକ୍ଷର ରହିଛି । ଏହି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ନୋଟିସରେ ଦର୍ଶାଯାଇଛି।ଯେ ଏତଦ୍ୱାରା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ସମସ୍ତ ଜନସାଧାରଣଙ୍କୁ ଅବଗତୀ ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତା ତା ୨୩.୦୫.୨୦୨୦ ରିଖ ୯.୦୦ଘଟିକା ସମୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ୱାରା ଯୁଗ୍ମ ଜନଶୁଣାଣୀ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହେବ । ଏଣୁ ଆପଣମାନଙ୍କର ଆପତ୍ତି ଅଭିଯୋଗ ଥିଲେ ଉକ୍ତଦିନ ତା ୨୩.୦୫.୨୦୨୦ ରିଖ ୯.୦୦ ଘଟିକା ସମୟରେ ତିର୍ତ୍ତୋଲ ପଞ୍ଚାୟତ ସମିତିର କାର୍ଯ୍ୟାଳୟରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଶୁଣାଣି ପାଇ ଦାଖଲ କରିପାରିବେ । ଏହି ନୋଟିସରେ ବିଡ଼ିଓ ଅଟଳବିହାରୀ ସ୍ୱାଇଁଙ୍କ ଦସ୍ତଖତ ରହିଛି ।ଏହି ନୋଟିସକୁ ବିଭାଗୀୟ ନୋଟିସ ବୋର୍ଡ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନୋଟିସ ବୋର୍ଡ ଓ ଜନଗହଳି ସ୍ଥାନ ମାନଙ୍କରେ ପ୍ରକାଶ ନିମନ୍ତେ ପ୍ରେରଣ କରାଗଲା ବୋଲି ବିଡ଼ିଓ ପୁର୍ନବାର ନୋଟିସରେ ଦସ୍ତଖତ କରିଥିବା ଦେଖିବାକୁ ମିଳିଛି । ଏହି ନୋଟିସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଜିଲ୍ଲାପାଳଙ୍କ ଜନଶୁଣାଣୀକୁ ଭଣ୍ଡୁର କରିବାକୁ ବିଡ଼ିଓ ଓ ତାଙ୍କର କରିତକର୍ମା କର୍ମଚାରୀଙ୍କ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି।ତେଣୁ ଜିଲ୍ଲାପାଳଙ୍କ ଜନଶୁଣାଣୀ କେବେ ଓ ଦିନରେ ନା ରାତିରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।