ବିଡିଓଙ୍କ ବୌଦ୍ଧ ବିହାର ପରିଦର୍ଶନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତକୁ ଆଜି ବିଡିଓ ବିଜୟ କୁମାର ସାହୁ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବା ଜଣାଯାଇଛି । ବିଡିଓ ପ୍ରଥମେ ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ତଦାରଖ କରିବା ସହ ସୁସ୍ଥ ଓଡିଶା ଓ ସ୍ୱଚ୍ଛ ଓଡିଶା କର୍ମଶାଳାରେ ଯୋଗଦେଇଥିଲେ । ଏଥିରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ କେଉଁଭଳି ଭାବେ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବେ ସେନେଇ ବିଡିଓ ପରାମର୍ଶ ଦେଇଥିଲେ । ଏହାପରେ ସେ ପ୍ରସିଦ୍ଧ ବୌଦ୍ଧ ବିହାର ପରିଦର୍ଶନ କରି ସେଠାରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ଏକ ନଳକୂପକୁ ଶୁଭ ଉନ୍ମୋଚନ କରିଥିଲେ । ଏହା ସହିତ ବୌଦ୍ଧ ବିହାର ପରିସରରେ ସିସିଟିଭି କ୍ୟାମେରା ଲଗାଇବା ସହ ଏକ ପୁଷ୍ପ ଉଦ୍ୟାନ ପାଇଁ ବିଡିଓ ପ୍ରତିଶୃତି ଦେଇଥିବା ଜଣାଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପୁହାଣ, ଯୁବସମାଜସେବୀ ବିଶ୍ୱମ୍ବର ରାଉତ, ପ୍ରଫୁଲ୍ଲ ନାୟକ, ନିଶିକାନ୍ତ ଜେନା, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।