ବିଡିଓଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ବିଡିଓଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନରେ ଯାଇଛନ୍ତି। ଏନେଇ ରବିବାର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଅନ୍ୟମାନେ ଘରକୁ ଘର ବୁଲି କଲୋନୀର ସମସ୍ତ କର୍ମଚାରୀଙ୍କ ଘର ଆଗରେ ନିର୍ଦ୍ଦେଶନାମା ପତ୍ର ମାରିଛନ୍ତି। ପ୍ରକାଶ ଯେ, କୋଟଗଡ଼ ବ୍ଲକର ଜନୈକ କନିଷ୍ଠଯନ୍ତ୍ରୀ ନିକଟରେ ଗଞ୍ଜାମ ଜିଲ୍ଲାର ପୋଲସରାକୁ ଏକ ଘରୋଇ କାର୍ଯ୍ୟରେ ଯାଇ ଗତ ବୁଧବାର ବ୍ଲକ କୁ ଫେରିଥିଲେ। ତେବେ ସେ ଫେରି ହୋମ କ୍ୱାରେଣ୍ଟାଇନରେ ନରହି ବ୍ଲକ ଯାଇ କାମକରିବା ସହ ଅନ୍ୟମାନଙ୍କ ସହ ମିଳାମିଶା କରିଥିଲେ। ଏନେଇ କେତେକ ଅଭିଯୋଗ କରିବା ପରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ କୋଟଗଡ଼ସ୍ଥିତ ହାଇସ୍କୁଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ବ୍ଲକର ଅନ୍ୟ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏନେଇ ବିଡିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ