ବିଡିଓଙ୍କ ସହ ଆଲୋଚନା କଲେ କଣାସ ବିକାଶ ପରିଷଦର ସଦସ୍ୟ
କଣାସ, (ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ ରେ ନୂଆକରି ଯୋଗ ଦେଇଥିବା ଯୁବ ବିଡ଼ିଓ ସୌମ୍ୟ ରଂଜନ ସ୍ଵାଇଁଙ୍କୁ କଣାସ ବିକାଶ ପରିଷଦର ସଦସ୍ୟମାନେ ସ୍ଵାଗତ କରିଥିଲେ। ବିକାଶ ପରିଷଦର ସଂପାଦକ ଲିଙ୍ଗରାଜ ପରିଡ଼ାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କଣାସ ବ୍ଲକ୍ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ଲକ୍ ରେ ଥିବା ସମସ୍ୟା ଗୁଡିକୁ ଵିଡିଓ ସମାଧାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ପ୍ରଶାସନକୁ ବିକାଶ ପରିଷଦ ସମସ୍ତ ପ୍ରକାର ସହଯୋଗ କରିଵ ବୋଲି ପ୍ରତିଶୃତି ଦେଇ ଥିଲେ। ଵଡଗୋଠ ଠାରେ ଥିବା ଶ୍ରୀ ଶ୍ରୀ ଅନନ୍ତ ନାରାୟଣ ଦେବଙ୍କ କଲ୍ୟାଣ ମଣ୍ଡପକୁ ଶେଷ କରିବା, ଦୟା ନଦୀକୁ ପ୍ରଦୂଷଣମୁକ୍ତ କରିବା,ଏହି ବ୍ଲକ କୁ ଆଦର୍ଶ ବ୍ଲକ୍ ରେ ପରିଣତ କରିବା ଉପରେ ଯୁବ ବିଡ଼ିଓ ଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନାରେ କଣାସ ବ୍ଲକ୍ ର ବରିଷ୍ଠ ଶିକ୍ଷାବିତ ତଥା ନାଟ୍ୟକାର ବିଭୁତି ଭୁଷଣ ପଟ୍ଟନାୟକ, ପୂର୍ବତନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ , ଶିକ୍ଷାବିତ ବିଦ୍ୟାଧର ଵିଶ୍ଵାଳ, କ୍ୟାପଟେନ ପ୍ରଶନ୍ନ କୁମାର ପଟ୍ଟନାୟକ, ପରିକ୍ଷିତ ବଡ଼ଜେନା ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।