ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସାରଦା ପ୍ରସନ୍ନ ପଣ୍ଡା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବିଡିଓ ଭାବେ ସୋମବାର ସାରଦା ପସନ୍ନ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଜପତି ଜିଲ୍ଲାର ମୋହନା ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଛତ୍ରପୁର କୁ ବଦଳି ହୋଇଛି । ସେ ୨୦୧୮ ବ୍ୟାଚ୍ ର ଓଏଏସ ଅଧିକାରୀ ଅଟନ୍ତି । ଆଜି ଦାୟିତ୍ୱ ଗ୍ରହଣ କଲାପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ଏମନରେଗା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କଲା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।


