ବିଦାୟକାଳୀନ ସଭା

ବୋଲଗଡ( ଯୁଗାଦ୍ଧ ନ୍ୟୁଜ) ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ଶିକ୍ଷା ବିଭାଗ ତରଫରୁ ଯୁକ୍ତ ତିନି ଅନ୍ତିମ ବର୍ଷ ଶିକ୍ଷା (ସମ୍ମାନ) ଛାତ୍ରଛାତ୍ରୀଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ସ୍ଥାନୀୟ ଯୋଡାପଡା ଶ୍ରୀରାମ ମନ୍ଦିର ପରିସରରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଡଃ ଅନିରୁଦ୍ଧ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନେ ସାଧାରଣ ଶିକ୍ଷା ସହ ମାନବୀୟ ମୂଲ୍ୟବୋଧ ଓ ସାମାଜିକ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ କଲ୍ୟାଣୀ ବେହେରା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀଙ୍କ ରଚନା ଓ ସ୍ୱର ସଂଯୋଜନାରେ ଛାତ୍ରଛାତ୍ରୀ ବିଦାୟକାଳୀନ ସଙ୍ଗୀତ ପରିବେଷଣ କରିଥିଲେ । ସଭାରେ ଉପସ୍ଥିତ ବରିଷ୍ଠ ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଗଣେଶ ପଣ୍ଡା, ଡଃ ରଞ୍ଜନ କୁମାର ଦାଶ ଓ ଅଜୟ ସାହୁ ପ୍ରମୁଖ ବିଦ୍ୟାର୍ଥୀଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ଆଦିତ୍ୟ କୁମାର, ସୁଶ୍ରୀ ହରପ୍ରିୟା ରଥ, ଯୁକ୍ତ ତିନି ପ୍ରଥମ ବର୍ଷର ଆଲୋକ ସ୍ୱାଇଁ, ତୃତୀୟ ବର୍ଷର ଛାତ୍ର ସୌମ୍ୟରଞ୍ଜନ ରାଉତରାୟ, ସନ୍ତୋଷ ସାହୁ, ରୋଜାଲିନ ଜେନା ଓ ଦିପ୍ତିମୟୀ ଦେଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଥମ ବର୍ଷର ଛାତ୍ରୀ ସୀମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ