ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଗାଙ୍ଗପୁର- କ୍ଷିତ୍ରିୟବରପୁର ଆଞ୍ଚିଳକ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟକିଳୀନ ସମ୍ବର୍ଦ୍ଧନା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ଜଗଦିଶ୍ ଚନ୍ଦ୍ର ପଣ୍ଡା ଙ୍କୁ ବିଦାୟକିଳୀନ ସମ୍ବର୍ଦ୍ଧନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ତାଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ପ୍ରାଣୀବିଭାଗର ଅଧ୍ୟାପକ ଡ.ଗିରିଧର ନାୟକ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଅଧ୍ୟାପକ ରବି ପାତ୍ର,ଅନିଲ୍ କୁମାର ସ୍ୱାଇଁ,ବିଦ୍ୟାଧର ସ୍ୱାଇଁ,ସଂଜିବ ଦାସ,ରଂଜତ କୁମାର ଦାସ,ଅମୁଲ୍ୟ ପଣ୍ଡା ଙ୍କ ସହ ଅନ୍ୟାନ୍ୟ କର୍ମଟାରୀ ଉପସ୍ଥିତ ଥିଲେ । ସଂପାଦକ ରଂଜିତ କୁମାର ଦାସ ସ୍ୱାଗତ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।