ବିଦାୟ କାଳୀନ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ହିସାବ ରକ୍ଷକ ଗିରିଜା ଶଙ୍କର ସାହୁଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଡ଼ିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ତହସିଲଦାର ସରୋଜକାନ୍ତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ ଉପସ୍ଥିତ ରହି ବିଦାୟୀ ଅଧିକାରୀଙ୍କ ଅମଲା କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ ପଣ୍ଡା, ନରେନ୍ଦ୍ର ରାଉତ, ଅଜିତ ବେହେରା, ଯନ୍ତ୍ରୀ ସତ୍ୟବ୍ରତ ପାତ୍ର, ସ୍ୱର୍ଣ୍ଣମୟୀ ପଣ୍ଡା, ହୃଦାନନ୍ଦ ଜେନା, ନାରାୟଣ ଚନ୍ଦ୍ର ଦାସ, ଲଛମାନ ସୋରେନ, ଫିରଦୋଷ ଆଲାମ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିପିଓ ମୀନକେତନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଠାରେ ସୂଚିତ ଶ୍ରୀ ସାହୁ ଦୀର୍ଘ ବର୍ଷ ହେବ ଏଠାରେ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କର କଟକ ଜିଲ୍ଲାକୁ ବଦଳି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ