ବିଦାୟ ନେଲେ କଣ୍ଟାବଣୀ ଗଜଲଷ୍ମୀ
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବାଙ୍ଗିରିପୋଷି ଲକ୍ଷ୍ମୀ ପୁରୁଣା ପାଣି ପଞ୍ଚାୟତର ଅଖ୍ୟାତ ପଲ୍ଲୀ ଗାଁ ର ରାଧାକୃଷ୍ଣ କମିଟି ତରଫରୁ ଗଜଲକ୍ଷ୍ମୀ ପୂଜାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କମିଟି ତରଫରୁ ମା’ଙ୍କର ୭ଟି ରୂପବେଶର ମୃଣ୍ମୟ ଆକର୍ଷଣୀୟ ମୂର୍ତ୍ତି , ଗଜଲକ୍ଷ୍ମୀ ମୂର୍ତ୍ତି, ଗଣେଶ ଏବଂ ସରସ୍ୱତୀ ମୂର୍ତ୍ତି , ଆକର୍ଷଣୀୟତୋରଣ,ଆଲୋକସଜ୍ଜା,କରାଯାଇଥିଲା । ମା’ଙ୍କ ର ୭ଟି ରୂପ ଗଜଲକ୍ଷ୍ମୀ,ଧନଲକ୍ଷ୍ମୀ,ବିଜ଼ୟାଲକ୍ଷ୍ମୀ, ଐଶ୍ୱର୍ୟ୍ୟଲକ୍ଷ୍ମୀ,ବୀରାଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ ଏବଂ ଆଦିଲକ୍ଷ୍ମୀ ମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ୭ଦିନ ବ୍ୟାପୀ ପୂଜାର୍ଚ୍ଚନା ,ମାଗଣା ପ୍ରସାଦ ବଣ୍ଟନ କରାଯାଇଥିଲା । ରାଇରଙ୍ଗପୁର ଆଖପାଖ ଏବଂ ପଡୋଶୀ ଟାଟାନଗରରୁ ଶ୍ରଦ୍ଧାଳୁ ମା’ଙ୍କ ର କରୁଣା ଲାଭ ପାଇଁ ଛୁଟି ଆସିଥିଲେ । କମିଟି ତରଫରୁ ସାସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ରବିବାର ସଂଧ୍ୟାରେ ମା’ଙ୍କୁ ଭକ୍ତମାନେ ଅଶ୍ରୁଳ ବିଦାୟ ଦେଇଥିଲେ ।କଣ୍ଟାବଣି ଗାଁର ଲୋକମାନେ ଗରିବ ହୋଇଥିଲେ ବି ସଂସ୍କୃତିକୁ ବଂଚାଇବାପାଇଁ ମା’ଙ୍କ କରୁଣା ଲାଭ ପାଇଁ ସମସ୍ତେ ଏତେବଡ଼ କାର୍ୟ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିଥିଲେ ।