ବିଦାୟ ନେଲେ ମାଆ ଶ୍ୟାମାକାଳୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ପୂଜା ପାଉଥିବା ମାଆ ଶ୍ୟାମାକାଳୀ ଆଜି ସନ୍ଧ୍ୟାରେ ଧରା ବକ୍ଷରୁ ବିଦାୟ ନେଇଛନ୍ତି I ଏହି ପୂଜା ଦେଖିବାକୁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗୁଥିବା ବେଳେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା I ଆଜି ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ବାଜଣା ସହ ବାଘ ନାଚ,ଚଣ୍ଡୀ ଚାମୁଣ୍ଡା ଆଦି ପଟୁଆର ମଧ୍ୟରେ ଏକ ଭାବ ବିହ୍ୱଳ ପରିବେଶରେ ମାଆଙ୍କୁ ବିଦାୟ ଦିଆଯାଇଥିଲା I ବରପଲ୍ଲୀ କେନାଲ୍ ରେ ମାଆଙ୍କ ଭସାଣୀ ପର୍ବ ଅନୁଷ୍ଠିତ ହୋଇଥିଲା I ସମସ୍ତ କାର୍ଯ୍ୟକ୍ରମରେ କପିଳେଶ୍ୱର ଯୁବକ ସଂଘର ସଭାପତି ସବ୍ୟସାଚୀ ନାୟକ, ସମ୍ପାଦକ ରବୀନ୍ଦ୍ର ଡାକୁଆ , କୋଷାଧ୍ୟକ୍ଷ ଜିତେନ୍ଦ୍ର ପାତ୍ର, ସହଯୋଗୀ ଜିତୁ ସାହୁ,ଟୁକୁ ରଣା, ସୁଶାନ୍ତ ଜେନା,ମଣ୍ଟୁ ମୁନି,କେଶବ ଗୌଡ଼ ଏବଂ ଲକ୍ଷ୍ମୀ ନାରାୟଣଙ୍କ ସମେତ ବଣିକ ସଂଘ ଓ ଗୋବରା ଗ୍ରାମବାସୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ