ବିଦୁ୍ୟତ ଖୁଣ୍ଟ ପୋତାଯିବାକୁ ନେଇ ବିବାଦ ପୁଲିସ ଉପସ୍ଥିତିରେ ପୋତାଗଲା ବିଦୁ୍ୟତ ଖୁଣ୍ଟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶିବନାରାୟଣପୁର ମୌଜାରେ ଏକ ବିଦୁ୍ୟତ ଖୁଣ୍ଟ ପୋତାଯିବାକୁ ନେଇ ବିବାଦୀୟ ପରିସ୍ଥିତି ପରେ ଆଜି ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇ ବିଦୁ୍ୟତ ଖୁଣ୍ଟ ପୋତାଯାଇଛି । ସୁଚନାରୁ ଜଣାଯାଇଛି ଯେ ପଞ୍ଚୁଗୋଛିଆ, ସୁଲଣ ପଞ୍ଚାୟତରେ ମେଗାୱାଟର ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଦଧିବାବନପୁର ସ୍ଥିତ ଛେନାପଦି ଷ୍ଟ୍ରକ୍ଚରରୁ ୧୧କେଭି ବିଦୁ୍ୟତ ସଂଯୋଗ କରାଯିବାକୁ ଲକ୍ଷ ରଖାଯାଇ କାମ କରାଯାଇଥିଲା । ଏଥିପାଇଁ ଠିକାସଂସ୍ଥା ପକ୍ଷରୁ ପଞ୍ଚୁଗୋଛିଆ ଓ ସୁଲଣ ପଟୁ ବିଦୁ୍ୟତ ଖୁଣ୍ଟ ପକା କାର୍ଯ୍ୟ ଆରମ୍ଭ ହୋଇ ଶିବନାରାୟଣପୁର ନିକଟରେ ପହଞ୍ଚିବାପରେ ନିରଞ୍ଜନ ମହାନ୍ତିଙ୍କ ଜମି ଉପରେ ବିଦୁ୍ୟତ ଖୁଣ୍ଟ ପକାଯିବା ବେଳେ ସେ ଏହାକୁ ବିରୋଧ କରିଥିଲେ । ଗତକିଛିଦିନ ତଳେ ଏହାକୁ ନେଇ ପାଟିୁତୁଣ୍ଡ ହେବା ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଖୁଣ୍ଟ ପକାଯିବା ନେଇ ଆଲୋଚନା କରାଯାଇଥିଲା । ନିରଞ୍ଜନ ମହାନ୍ତି ଏହି ଜମି ଉପରେ ବାସଗୃହ ନିର୍ମାଣ କରିବାକୁ ଯୋଜନା କରିବା ସହିତ ଘରବାଡି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ଉପସ୍ଥାପିତ କରି ଖୁଣ୍ଟପକା ସ୍ଥାନ ପରିବର୍ତ୍ତନ ପରିଁ ନିବେଦନ କରିଥିଲେ । ଆଜି ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀଯନ୍ତ୍ରୀଙ୍କ ଉପସ୍ଥିତିରେ ଆନନ୍ଦପୁର ପୁଲିସର ସହଯୋଗରେ ଆଜି ବିଦୁ୍ୟତ ଖୁଣ୍ଟ ପୋତାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଲକ୍ଷରେ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ମୋର ବିନା ସହମତିରେ ଓ ବିନା ସରକାରୀ ନିଦେ୍ର୍ଦଶରେ ମୋ ବିଲ ଉପରେ ଜୋର ଜବରଦସ୍ତ ତାର ଟଣାଯିବାକୁ ଖୁଣ୍ଟ ପକାଯାଉଛି ବୋଲି ନିରଞ୍ଜନ ମହାନ୍ତି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଭରତ ସେଠୀଙ୍କୁ ପଚାରିବାରେ ପ୍ରଶାସନର ନିଷ୍ପତି ଅନୁଯାଇ ଓ ସରକାରଙ୍କ ନୀତି ନିୟମ ଅନୁଯାଇ କାର୍ଯ୍ୟ ଚାଲିଛି ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ