ବିଦୁ୍ୟତ ବିଭାଗ ଓ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ସମନ୍ୱୟ ବୈଠକ
ହାଟଡିହିି, (ବିକାଶ ବିଶ୍ୱାଳ):ବିଦୁ୍ୟତ ବିଭାଗ ଓ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାଗୃହ ଠାରେ ବିଡିଓ ବିନିତା ବିଜୟିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦୁ୍ୟତ ବିଭାଗର ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ଡି.ଏମ.ସି ଶଶିକାନ୍ତ ସାହୁ, ଶୁଭଜ୍ୟୋତି ଦାସ,ଶୁଭେନ୍ଦୁ ବେହେରା, ବିଦ୍ୟାଧରପୁର ସହକାରୀଯନ୍ତ୍ରୀ ଅଶୋକ କୁମାର ମହାନ୍ତି, ବିଦ୍ୟାଧରପୁରର କନିଷ୍ଠଯନ୍ତ୍ରୀ ରବିନାରାୟଣ ସାହୁ, ହାଟଡିହି କନିଷ୍ଠଯନ୍ତ୍ରୀ ପ୍ରମୋଦ ପଣ୍ଡା, ହାଟଡିହି ବ୍ଲକର ସିପି ସୁବ୍ରତ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ପାନୀୟଜଳ ପ୍ରକଳ୍ପରେ ଖର୍ଚ୍ଚ ହେଉଥିବା ବିଦୁ୍ୟତ ବିଲ, ବିଭିନ୍ନ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଖର୍ଚ୍ଚ ହେଉଥିବା ବିଦୁ୍ୟତ ବିଲ ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଛି ତାହାର ରିପୋର୍ଟ ଦେବା ସହିତ କିପରି ସମସ୍ତ ପ୍ରକଳ୍ପ ଗୁଡିକ ସଠିକ ଭାବେ ଚାଲିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବା ସହିତ ପଞ୍ଚାୟତରେ ତôବା ବିଭିନ୍ନ ସମସ୍ୟା ଅଛି ସେ ସମ୍ପର୍କରେ ସରପଞ୍ଚ ଓ ପିଇଓ ମାନେ ନିଜ ନିଜର ମତ ରଖିଥିଲେ । ବିଭିନ୍ନ ପଞ୍ଚାୟତରେ ବାକିଥିବା ବିଦୁ୍ୟତ ବିଲ କିପରି ଆଦାୟ ହୋଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକ, ବାଙ୍ଗୋର ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ପଢ଼ିଆରୀ, ପିଇଓ ସୁରେଶ ସେଠୀ, ଅମୁଲ୍ୟ ପହି, ନାରାୟଣ ଜେନା, ଶରତ ସାହୁ, ଶରତ ବେଜ, ମହେଶ୍ୱର ସାହୁ, ଅମୀୟ ମାଝୀ ପ୍ରମୁଖ ଯୋଗଦେଇ ନିଜ ନିଜ ପଞ୍ଚାୟତର ବିଦୁ୍ୟତ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିବାବେଳେ ବିଦୁ୍ୟତ ବିଭାଗର ଅର୍ଚ୍ଚନା ଦାସ, ସତ୍ୟ ରଞ୍ଜନ ରାଉତଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।