ବିଦେଶରୁ ପ୍ରତ୍ୟାବର୍ତ୍ତନ କରିଥିବା ୫ ଜଣ ବ୍ୟକ୍ତିଙ୍କ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ଛତ୍ରପୁର, : କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ବାସିନ୍ଦା ଯେଉଁମାନେ ବିଦେଶରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେମାନଙ୍କ ତୀକ୍ଷଣ ଦୃଷ୍ଟି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ସ୍ୱତଃ ଘୋଷଣାନାମା ପ୍ରଦାନ କରି ୧୪ ଦିନ ପର୍ଯ୍ୟନ୍ତ ଘରେ ନିଃସଙ୍ଗ ବାତାବରଣରେ ରହିଲେ ସେମାନଙ୍କର କରୋନା ପରୀକ୍ଷଣ କରାଯାଇ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଛତ୍ରପୁର ବ୍ଲକ ଓ ଏନ୍‌ଏସି ଅଞ୍ଚଳର ବିଦେଶରୁ ପ୍ରତ୍ୟାବର୍ତ୍ତନ କରିଥିବା ବାସିନ୍ଦାଙ୍କ ବିଡିଓ ଓ ତହସିଲଦାର, ପୁଲିସ, ପଞ୍ଚାତ ପ୍ରତିନିଧି ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସହାୟତାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ବାଙ୍ଗଲୁରରୁ ପ୍ରତ୍ୟାବର୍ତ୍ତନ କରିଥିବା ଛତ୍ରପୁର ଏନ୍‌ଏସି କଲୋନୀର ତ୍ରିପତି ନାୟକ (୩୩), ଆବୁଧାବିରୁ ଫେରିଥିବା କାଳିପଲ୍ଲୀ ପଞ୍ଚାୟତ ଭାଗିନୀପେଣ୍ଠ ଗ୍ରାମର ଟି.ଗିରିରାଜ(୩୬) ଓ ବଡଫୁଟି ଗ୍ରାମର ଚତୁରିଆ ବେହେରା(୩୫), ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସୁନ୍ଦରପୁର ଗ୍ରାମର ଜିତେନ୍ଦ୍ର କୁମାର ପୁରୋହିତ(୩୬), ଓମାନ୍‌ରୁ ଫେରିଥିବା ଜଗନ୍ନାଥପୁର ଗ୍ରାମର ଡି.କାଶିନାଥ ରେଡ୍ଡୀ(୩୯) ପରୀକ୍ଷଣ କରାଯାଇଥିଲା । ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାହ୍ନୁଚରଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡାକ୍ତର କୃଷ୍ଣଚନ୍ଦ୍ର ଜେନା, ଡାକ୍ତର ମମତା ମିଶ୍ର, ଡାକ୍ତର ତପସ୍ପିନୀ ପାତ୍ର, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଦେଶରୁ ପ୍ରତ୍ୟାବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନୀରିକ୍ଷା କରିବା ସହ ସନ୍ଦେହ ସୃଷ୍ଟି ହୋଇଥିବା ୩ ଜଣ ସନ୍ଦିଗ୍ଧଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହ୍‌ସ୍ପିଟାଲକୁ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ