ବିଦେଶରେ ଗଲ୍ଫ ଓଡ଼ିଆ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳନ ଉଦଯାପିତ

ଗଞ୍ଜାମ, (ବିନୋଦ ପଲାଇ):ଗଲ୍ଫ ଓଡ଼ିଆ ଆସୋସିଏସନ୍ ତରଫରୁ ବିଦେଶରେ ପ୍ରବାସୀ ଓଡ଼ିଆ ମାନେ ୮୮ ତମ ଉତ୍କଳଦିବସ ଧୁମଧାମ ରେ ପାଳନ ଉଦଯାପିତ ହୋଇଯାଇଛି। ଆରବ ଦେଶ ତଥା କତାର, ଓମାନ, ସାଉଦି ଆରବ, ୟୁଏଇ,(ଦୁବାଇ, ଆବୁଦାବି)ବାହାରିନ, କୁୱେତ ର ଶତାଧିକ ପ୍ରବାସୀ ଓଡ଼ିଆ ଯୋଗଦେଇ ଉତ୍କଳ ଦିବସ ପାଳନ କରିଥିଲେ,ଏଥିରେ ମୁଖ୍ୟ ଅତିଥଭାବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟଙ୍କ ଯୋଗଦେଇ ଓଡ଼ିଶା ର କଳା, ସଂସ୍କୃତି, ପରମ୍ପରା କୁ ବିଦେଶରେ ପ୍ରବାସୀମାନେ ବଞ୍ଚେଇ ରଖିଥିବାରୁ ଗଲ୍ଫ ଓଡ଼ିଆ ଆସୋସିଏସନ୍ ର ସମସ୍ତ ସଦସ୍ୟ ଏବଂ ମୂଖ୍ୟ ଅଧ୍ୟକ୍ଷ ଅଜୟ କୁମାର ଦାସ୍ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ , ଦୀପ ପ୍ରଜଳନ ସହ ବନ୍ଧେ ଉତ୍କଳ ଜନନୀ ଗାନ କରା ଯାଇଥିଲା, ଏଥି ସହିତ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା, ଆବୁଧାବି ଓଡ଼ିଆ ସମାଜର କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ଓଡ଼ିଶା କାହାଣୀ ଓ ପ୍ରଭୂ ଜଗନ୍ନାଥ ଙ୍କ ଉପରେ ପରିବେଷିତ ହୋଇଥିବା ନୃତ୍ୟ ରେ ଦର୍ଶକେ ଭାବୋବିଭୋଳ ହୋଇ ଯାଇଥିଲେ, ୮୮ ତମ ଉତ୍କଳଦିବସର କାର୍ଯ୍ୟକାରୀ ସଭାପତି ବିଦ୍ୟାଭୂଷଣ ମହାନ୍ତି, ସାଧାରଣ ସମ୍ପାଦଙ୍କ ପ୍ୟାରୀ ମୋହନ ମଲ୍ଲିକ ଉତ୍କଳ ଦିବସରେ ଓଡ଼ିଶା ର ଗର୍ବ, ଗୌରବ ଓ ଗାଥା କୁ ମନେପକାଇ ନିଜର ଅଭିଭାଷଣ ରଖିଥିଲେ। ଏଥି ସହିତ ଗଲ୍ଫ ର ୬ଟି ଦେଶରେ ଅବସ୍ଥିତ ଓଡ଼ିଆ ସଂଘଠନ ମୂଖ୍ୟ ତଥା DR. ବସନ୍ତ କବି, ବଦ୍ରିନାରାୟଣ ସୁବୁଦ୍ଧି, ଅମୀୟ ମିଶ୍ର, ମାନସ ଉଦଗାତା, ସରୋଜ ପାଣଗ୍ରାହୀ, ଜୟନ୍ତ ମହାପାତ୍ର, ରାକେଶ ରାଉତ, ବିଷ୍ଣୁ ମହାନ୍ତି ନିଜ ନିଜର ଭାଷଣ ପ୍ରଦାନ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟର ମୂଖ୍ୟ ସୌମ୍ୟଦର୍ଶ୍ୟ ଦାଶ ଙ୍କୁ ଦୀପକ ସାହୁ ଏବଂ ପପୁନା ବସ୍ତିଆ ସାହାଯ୍ୟ କରି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲେଇଥିଲେ ଏହି କାର୍ଯ୍ୟକ୍ରମ ରେ ବନବିହାରୀ ମହାନ୍ତି, ରାଧେଶ୍ୟାମ ରାମ, ଅବିନାଶ ଆଚାର୍ଯ୍ୟ, ଗୁପ୍ତା ଦାଶ, ଦିଲୀପ ସାହୁ, ଚିନ୍ମୟ, ଲିପ୍ସା ସାହୁ, ଜିତେନ୍ଦ୍ର ସାହୁ, ମୁସ୍ତାପା ବାଗ ଏବଂ ପ୍ରତାପ ନାୟକ ସହଯୋଗର ହାତ ବଢ଼ାଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଯୁବ ଉପସ୍ଥାପିକା ଅଂଶିତା ଦାସ୍ ଏବଂ ଗିରିଜା ମହାନ୍ତି କାର୍ଯ୍ୟ ନିର୍ବାହ କରିଥିଲେ। ସର୍ବସେଶରେ ଗଲ୍ଫ ଓଡ଼ିଆ ଆସୋସିଏସନ୍ ର ଅଧକ୍ଷ ଅଜୟ କୁମାର ଦାସ୍ ନିଜ ଭାଷଣ ରେ ଓଡ଼ିଶା ର କଳା, ସଂସ୍କୃତି, ପରମ୍ପରାକୁ, ଐତିହ ର ଗୁଣ ଗାନ କରିବା ସହ, ଉତ୍କଳିୟ ଙ୍କ ବିରତ୍ଵ ଏବଂ ଉତ୍କଳ ଦିବସ ଗଠନରେ ଯୋଉ ମହାପୁରୁଷ ଙ୍କ ଅବଦାନ ରହିଛି ତାହା ବ୍ୟାଖ୍ୟାନ କରିଥିଲେ। ଗଲ୍ଫ ଓଡ଼ିଆ ଆସୋସିଏସନ୍ କୁ ସମସ୍ତ ୬ ଟି ଦେଶ ସହଯୋଗର ହାତବଢ଼ାଇଥିବାରୁ, ବିଦେଶରେ ମଧ୍ୟ ଓଡ଼ିଆ ଭାଈ ଚାର ବଂଚି ରହିଛି ବୋଲି କହିଥିଲେ। ଗଲ୍ଫ ଓଡ଼ିଆ ଆସୋସିଏସନ୍ ଦ୍ଵାରା ଓଡ଼ିଶାରେ ଗତ ୬ ବର୍ଷ ମଧ୍ୟରେ ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟକ୍ରମ ହୋଇଛି ତାହା କହିଥିଲେ ଏବଂ ଆଗମୀ ଦିନରେ ଗଲ୍ଫ ଓଡ଼ିଆ ଆସୋସିଏସନ୍ ସାରା ବିଶ୍ବରେ ଭାଈ ଚାର ସୃଷ୍ଟି କରିବା ସହ ଆରବଦେଶରେ ବସବାସ କରୁଥିବା ସମସ୍ତ ଓଡିଆଙ୍କୁ କିଭଳି ଏକାଠି କରିପାରିବା ତାହା ବିଷୟରେ କହିଥିଲେ। ସର୍ବଶେଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିଵାରୁ ଅତିଥି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ। ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ସହ ବଦ୍ରିନାରାୟଣ ସୁବୁଦ୍ଧି ଯୋଗ ଦେଇ ସୂଚାରୁରୂପେ ସଫଳ କରିଥିବାରୁ, ଅଧ୍ୟକ୍ଷ ଅଜୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ