ବିଦେଶରେ ନିର୍ଯ୍ୟାତିତ ଓଡିଶା ଶ୍ରମିକ : ଭୋକ ବିକଳ ରେ ମାଗୁଛନ୍ତି ଭିକ : ପୁଅ କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ କାକୁତି ମିନତି ହେଇଛନ୍ତି ପିରବାର ଲୋକେ   

ଛତ୍ରପୁର, (ଦେବଦତ୍ତ ମହାରଣା) :-ଦାଦନ ଖଟିବାକୁ ଯାଇ କତାରରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର ଜଣେ ଯୁବକ ବିଷ୍ଣୁ ପ୍ରସାଦ ଡାକୁଆ କତାରରେ ନିଜ ପାସପୋର୍ଟ ହଜାଇବା ପରେ ଭିକ୍ଷା ବୃତ୍ତି କରି ସେଠାରେ ଥିବା ବେଳେ ତାଙ୍କୁ କିଭଳି ସୁରକ୍ଷିତ ଭାବେ ଗାଁକୁ ଫେରାଇ ଆଣିବା ଲାଗି  ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି  । ସେପଟେ ପରିବାରବର୍ଗ ମଧ୍ୟ ଜିଲ୍ଲା ପ୍ରାଶାସନ ନିକଟରେ ତାଙ୍କ ରୋଜଗାରିଆ ପୁଅକୁ ଫେରାଇ ଆଣିବା ଲାଗି  ଆକୁଳ ନିବେଦନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଉଁଛନ୍ତି  । ଗାଁରେ ଥିବା ବୃଦ୍ଧ ପିତା ମାତାଙ୍କ ପଟେକୁ ଦାନା ଓ ନିଜ ପାଇଁ ଦାନା ଯୋଗାଡ କରିବାକୁ ବିଦେଶକୁ ଯାଇଥିଲେ ଦାଦାନ । ହେଲେ ବିଦେଶରେ ରୋଜଗାରର ପନ୍ଥା ନ ପାଇଁ ଭିକ ମାଗି ଚଳୁଛି ଓଡ଼ିଆ ଦାଦନ ଶ୍ରମିକ ।  ଏପଟେ ଫେରିବା ବାଟ କୁ ଚାହିଁ ରହିଛନ୍ତି ବାପା ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଶ୍ୟାମସୁନ୍ଦରପୁର ଗ୍ରାମର ଗଙ୍ଗାଧର  ଡାକୁଆ ଙ୍କ ସାନପୁଅ ବିଷ୍ଣୁ ପ୍ରସାଦ ଡାକୁଆ ରୋଜଗାର କରିବା ଉଦ୍ଦେଶ୍ୟରେ ଗତ ବର୍ଷ କତାରର ଦୋହା ସହରକୁ  ଯାଇଥିଲେ । କାତାର ର ଏକ କମ୍ପାନୀ ରେ ସେହେଲ୍ପର କାମ କରୁଥିଲେ । ସେଠାରେ ଏକ ବର୍ଷ କାମ କରିବା ପରେ କମ୍ପାନୀ ମାତ୍ର 6 ମାସର ଦରମା ଦେଇଥିଲା  । ଦୁଇ ବର୍ଷ କାମ କରିବା ପରେ କମ୍ପାନୀ ନିଜ ଖର୍ଚ୍ଚରେ ଘରକୁ ପଠାଇବା ପାଇଁ ଚୁକ୍ତି ହୋଇଥିବା ବେଳେ ବର୍ଷେ ପରେ ଛଅ ମାସର ବକେୟା ଟଙ୍କା ନ ଦେଇ ଶ୍ରମିକ କ୍ୟାମ୍ପ ରୁ ବାହାର କରିଦେଇ ଥିଲା । ତେବେ କମ୍ପାନୀ କ୍ୟାମ୍ପରେ ବିଷ୍ଣୁ ଙ୍କ ଭିସା, ପାସପୋର୍ଟ ଓ ମୋବାଇଲ ଫୋନ ହଜି ଯାଇଥିଲା । ବିନା ଭିସା ଓ ପାସପୋର୍ଟ ରେ ବିଷ୍ଣୁ କାତାର ସହରରେ ଏଣେତେଣେ ବୁଲୁଥିବା ବେଳେ ପୋଲିସ ଉଠାଇ ନେଇ ଦୁଇ ମାସ ଜେଲଦଣ୍ଡ ଦେବା ପରେ ପୁଣି ସେହି ସ୍ଥାନରେ ଛାଡି ଦେଇଥିଲେ । ତେବେ ସେଠାରେ ରହିବା ପାଇଁ ମୁଣ୍ଡ ଉପରେ ଛାତ ନାହିଁ କି ଚଳିବା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ ।ଏଭଳି ପରିସ୍ଥିତି ରେ ବିଷ୍ଣୁ କରିବେ କଣ । ପେଟ କୁ ଦିମୁଠା ଦାନା ଯୋଗାଡ଼ କରିବା ପାଇଁ ବାଧ୍ୟ ହୋଇ ଭିକ ମାଗି କିଛି ଦିନ ଚଳୁଥିଲେ । ଭୋକ ଉପାସରେ ରାସ୍ତା କଡରେ ବସି କାନ୍ଦୁଥିବା ବେଳେ ଜଣେ ଭାରତୀୟ ତାଙ୍କ ଠାରୁ ସବୁ ପଚାରି ବୁଝିବା ସହ ଫୋନ ନମ୍ବର ଆଣି ବିଷ୍ଣୁ ଙ୍କ ପରିବାର ଲୋକ ଙ୍କୁ ଜଣାଇଥିଲେ । ଖବର ପାଇ ଦୁଃଖ ରେ ମ୍ରିୟମାଣ ହେବା ସହ ପରିବାର ଲୋକେ ସେଠାରେ ରହୁଥିବା କୋଦଳା ଅଞ୍ଚଳର ଜଣେ ଶ୍ରମିକଙ୍କ ସହ ଯୋଗାଯୋଗ କରି ବିଷ୍ଣୁ କୁ ତାଙ୍କ ପାଖରେ ଛାଡି ଥିଲେ । ତେବେ ଭିସା ନ ଥିବା ରୁ ଦିନସାରା ବାହାରେ ବୁଲୁଥିବା ବେଳେ ରାତିରେ ଲୁଚି କ୍ୟାମ୍ପ ରେ ଆଶ୍ରୟ ନେଉଛନ୍ତି ।ଏଭଳି ଦୟନୀୟ ଅବସ୍ଥାରେ ଚାଲୁଥିବା ବେଳେ ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଗାଁ ରେ ରହୁଥିବା ବୁଢ଼ା ବାପା ବୋଉ ଓ ଭାଇ । ସେପଟେ କତାରରେ ରହିଥିବା ବିଷ୍ଣୁ ମଧ୍ୟ ଭିଡିଓ ମାଧ୍ୟମରେ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ରାଜ୍ୟ ସରକାରଙ୍କୁ ନବେଦନ କରିଛନ୍ତି  । ଏହା ସହ ବିଷ୍ଣୁଙ୍କ ପରିବାର ଲୋକେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଲୀନା କୁମାରୀ ଖେସଙ୍କ ନିକଟେର ନବେଦନ କରିଛନ୍ତି ତାଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ  । କତାରର ଦୋହା ସହରରେ ଫସି ରହିଥିବା ବିଷ୍ଣୁଙ୍କ ପରିବାର ଲୋକେ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ନିଜ ଦୁଃଖ ଜଣାଇ ବିଷ୍ଣୁ କୁ ଗାଁ କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏହା ସହ ପୁଅ କେବେ ସୁରକ୍ଷିତ ଭାବେ ଫରିବେ  ସେଥିପାଇଁ ବାପା ମାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଆଖିରୁ ଲୁହ ଶୁଖୁନି  । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ କିଭଳି ସେ ସୁରକ୍ଷିତ ଭାବେ ନିଜ ଗାଁକୁ ଫେରିବେ ସେନେଇ ଉଦ୍ୟମ ଆରମ୍ଭ କରିବା ସହ ରାଜ୍ୟ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ବିଷ୍ଣୁ ଙ୍କ ପରିବାର ବର୍ଗ ଙ୍କୁ । ଏହା ସହ ଯେଉଁ ଦଲାଲ ଓ ଜାଲି ସଂସ୍ଥା ଗୁଡ଼ିକ ଏଭଳି ଶ୍ରମିକ ମାନଙ୍କୁ ନେଇ ଠକେଇ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍  କହିଛନ୍ତି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ