ବିଦେଶରେ ସିଏଏ କୁ ମିଳୁଛି ସମର୍ଥନ
ନ୍ୟୁୟର୍କ- ନାଗରିକତା ସଂଶୋଧନ ଆଇନକୁ ନେଇ ଚାରିଆଡେ ବିରୋଧଜାରି ରହିଥିବା ବେଳେ ଏହାକୁ ବିଦେଶରେ ସମର୍ଥନ ମିଳିଛି । ବିଦେଶରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ପ୍ରଶଂସା କରିଛନ୍ତି । ଏହି ଆଇନକୁ ବିରୋଧ କରୁଥିବା ଲୋକଙ୍କୁ ବିଦେଶରେ ରହୁଥିବା ଭାରତୀୟମାନେ ନିନ୍ଦା କରୁଛନ୍ତି । ଆମେରିକାର ନ୍ୟୁୟର୍କସ୍ଥିତ ଟାଇମ୍ସ ଛକରେ ଭାରତୀୟ ସଂପ୍ରଦାୟର ଶତାଧିକ ଲୋକ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ପ୍ରଦର୍ଶନ କରିଛନ୍ତି । ସେମାନେ ପ୍ରଦର୍ଶନ ମାଧ୍ୟମରେ ଭାତରରେ ନାଗରିକତା ସଂଶୋଧନ ଆଇନ ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ।


