ବିଦେଶୀଙ୍କ ଉପରେ ପ୍ରତିବନ୍ଧକ !
ଟ୍ରମ୍ପ ପ୍ରଶାସନ ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ପ୍ରବସୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଦେଶରୁ ନିର୍ବାସିତ କରିଛନ୍ତି । ଆମେରିକା ପରେ ବିଶ୍ୱର ଆଉ କେତେକ ଦେଶ ବେଆଇନ ପ୍ରବାସୀଙ୍କ ପ୍ରତି କଠୋର ହୋଇଛନ୍ତି । ଭାରତ ମଧ୍ୟ ପ୍ରବାସୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ କେନ୍ଦ୍ର ସରକାର ଲୋକସଭାରେ ପ୍ରବାସନ ଓ ବିଦେଶୀ ବିଧାୟକ ୨୦୨୫ ବିଲ୍ ଆଗତ କରିବା ପରେ ଏଥିରୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ଯେ, ଭାରତରେ ବିଦେଶୀ ନାଗରିକଙ୍କ ପ୍ରବେଶ, ପ୍ରସ୍ଥାନ ଏବଂ ରହଣି ଉପରେ କେନ୍ଦ୍ର ସରକାରଙ୍କ ଅଧିକ ନିୟନ୍ତ୍ରଣ ରଖିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରେ । ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ଥିଲେ ବିଦେଶୀ ନାଗରିକଙ୍କ ପ୍ରବେଶ ଓ ରହଣି ଉପରେ କେନ୍ଦ୍ର ସରକାରଙ୍କ ଅଧିକ ନିୟନ୍ତ୍ରଣ ରଖିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରେ । ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ଥିଲେ ବିଦେଶୀ ନାଗରିକଙ୍କ ପ୍ରବେଶ ଓ ରହଣି ଉପରେ ସରକାର କଟକଣା ଲଗାଇ ପରିବାର ବ୍ୟବସ୍ଥା ପ୍ରସ୍ତାବିତ ବିଲ୍ରେ ରହିଛି । କିନ୍ତୁ ପ୍ରସ୍ତାବିତ ଆଇନରେ କେତେକ ବ୍ୟବସ୍ଥା ପ୍ରସ୍ତାବିତ ବିଲରେ ରହିଛି । କିନ୍ତୁ ପ୍ରସ୍ତାବିତ ଆଇନରେ କେତେକ ବ୍ୟବସ୍ଥା ମୌଳିକ ଅଧିକାର ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କରିବ ବୋଲି ବିରୋଧି ଦଳଗୁଡିକ ଆଶଙ୍କା ପ୍ରକାଶ କରିଛନ୍ତି । ଏହା ନିସନ୍ଦେହ ଯେ, ପ୍ରସ୍ତାବିତ ବିଲ୍ ପ୍ରବାସନ ଓ ବିଦେଶୀ ଆଇନର ନବୀକରଣ ଓ ସୁଦୃଢୀକରଣ ପାଇଁ ଉଦ୍ଦିଷ୍ଟ । ଦେଶରେ ପ୍ରଚଳିତ ବିଦେଶୀ ନାଗରିକ ଆଇନ ଔପନିବେଶିକ ଯୁଗର ବା ବ୍ରିଟିଶ ଅମଳର । କିନ୍ତୁ ପ୍ରସ୍ତାବିତ ଆଇନରେ କେତେକ କଠୋର ବ୍ୟବସ୍ଥା ରହିଛି, ଯାହା ବିଦେଶୀ ପର୍ଯ୍ୟଟକ ଏବଂ ପରିଭ୍ରମଣକାରୀଙ୍କୁ ଭାରତ ଆସିବାକୁ କୁଣ୍ଠିତ କରିପାରେ । ସେହିପରି ପ୍ରସ୍ତାବିତ ଆଇନରେ ଥିବା କେତେକ ବ୍ୟବସ୍ଥା ଶରଣାର୍ଥୀଙ୍କ ପାଇଁ ଭାରତର ପ୍ରଶାସନିକ ମନ୍ଥରତା ଅତ୍ୟନ୍ତ କଷ୍ଟକର ହେବା ଆଶଙ୍କାକୁ ଏଡାଇ ଦେଇନପାରେ । ଆହୁରି ମଧ୍ୟ ପ୍ରସ୍ତାବିତ ଆଇନରେ ବ୍ୟବସ୍ଥା ଅନୁଯାୟୀ ଜଣେ ବିଦେଶୀ ବିନା ବୈଧ କାଗଜପତ୍ରରେ ଭାରତରେ ପ୍ରବେଶ କରିବା ଆଦୌ ସହଜସାଧ୍ୟ ହେବ ନାହିଁ । ବୈଧ କାଗଜପତ୍ର ନଥିଲେ, ତାଙ୍କୁ ବିନା ୱାରେଟଂରେ ଗିରଫ କରାଯାଇପାରିବ । ଯଦି କୌଣସି ବ୍ୟକ୍ତିଙ୍କ ଆଗମନ କ୍ଷେତ୍ରରେ ଯୁକ୍ତିଯୁକ୍ତ ସନ୍ଦେହ ହୁଏ, ସେ କ୍ଷେତ୍ରରେ ମଧ୍ୟ ବିନା ୱାରେଟଂରେ ତାଙ୍କୁ ଗିରଫ କରାଯାଇପାରିବ । ବିଦେଶୀ ନାଗରିକ ମାନେ ସେମାନଙ୍କର ପ୍ରବେଶ କିମ୍ବା ରହଣି ସମୟରେ ନିଜକୁ ପଂଜୀକରଣ କରିବାର ପୂର୍ବରୁ ଯେଉଁ ସ୍ୱାଧୀନତା ପାଇଥିଲେ, ତାହା ଆଉ ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ପାଇବେ ନାହିଁ । ପହଁଚିବା ପରେ ତୁରନ୍ତ ସେମାନେ ପଂଜୀକରଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି । ସେହିପରି ଚିକିତ୍ସା ଏବଂ ଅଧ୍ୟୟନ ପାଇଁ ଆସୁଥିବା ବିଦେଶୀଙ୍କ ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ କର୍ତୁପକ୍ଷ ପଂଜୀକରଣ କର୍ତୁପକ୍ଷଙ୍କ ନିକଟରେ ରିପୋର୍ଟ କରିବାକୁ ବାଧ୍ୟତାମୂଳକ । ଆହୁରି ମଧ୍ୟ କୌଣସି ଅନୁଷ୍ଠାନ ପାଇଁ ବିଦେଶୀ ନାଗରିକଙ୍କୁ ଅତିଥି କରିବା ଆଇନ କାର୍ଯ୍ୟକାରୀ କରିବା ପରେ ଆଉ ସହଜସାଧ୍ୟ ହୋଇନପାରେ । ଅନ୍ୟପକ୍ଷରେ ପ୍ରସ୍ତାବିତ ଆଇନକୁ ନେଇ ବିରୋଧିଦଳଗୁଡିକ ଆଶଙ୍କା ପ୍ରକାଶ କରିବା ସ୍ୱାଭାବିକ । ସରକାର ପସନ୍ଦ କରୁନଥିବା ବ୍ୟକ୍ତିଙ୍କ ସହ ବିଦେଶୀ ଆଗନ୍ତୁକଙ୍କୁ ସାକ୍ଷାତ କରାଇ ନଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ବିରୋଧି ଦଳଗୁଡିକର ଆଶଙ୍କାର ମୂଳକାରଣ । ଯାହାକି ବ୍ୟକ୍ତିର ମୌଳିକ ଅଧିକାର ଓ ସାମ୍ବାଧାନିକ ବ୍ୟବସ୍ଥାର ଉଲଂଘନ କରିବା ନେଇ ସେମାନଙ୍କ ଆଶଙ୍କା ଅମୂଳକ ନୁହେଁ ବୋଲି କୁହାଯାଇପାରିବ । ତେବେ ପ୍ରସ୍ତାବିତ ଆଇନ ଭାରତର ‘ବିଶ୍ୱଗୁରୁ ଦାବି’ ଏବଂ ‘ବସୁଧୈବ କୁଟୁମ୍ବକମ’ (ସମଗ୍ର ବିଶ୍ୱ ଗୋଟିଏ ପରିବାର) ମହତ ଚିନ୍ତାଧାରା, ଆଦର୍ଶ ଭାବମୂର୍ତିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାହତ କରିପାରେ । କିନ୍ତୁ ଦେଶର ଜାତୀୟ ନିରାପତା ସହ କୌଣସି ସାଲିସ୍ କରାଯାଇ ଆଇନର ଅପବ୍ୟବହାରକୁ ରୋକାଯିବା ଜରୁରୀ, ଯାହାକି ଦେଶ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । ତେଣୁ ଆଇନର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଆବଶ୍ୟକ ।