ବିଦେଶୀ ପକ୍ଷୀ ଗେଣ୍ଡାଳିଆ ଏବେ ମୋହନା ଆଗମନ
ମୋହନା,(ଅଂଶୁମାନ ପଣ୍ଡା): ଗେଣ୍ଡାଳିଆକୁ ଦେଖି ସେହି ପୁରୁଣା ଗୀତ ମନେ ପଡ଼ିଯାଏ ଅକ୍ଷୟ ମହାନ୍ତିଙ୍କର ଉଡ଼ି ଗଲେ ଗେଣ୍ଡାଳିଆ ଛାଡି ଗଲେ ପର, ସୌନ୍ଦର୍ଯ୍ୟ ଭରା ଚତୁର୍ଦିଗ ପାହାଡ଼, ନଦୀ ଭରା ଗଜପତି ଜିଲ୍ଲା | ଏଠି କୁହୁଡ଼ିର ଆରମ୍ଭରେ ଏବେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀର ଆଗମନ ହେଉଛି | ଯାହାକି ପୂର୍ବ ପୁରୁଷ କହିବା ପ୍ରକାରେ ଏହି ଗେଣ୍ଡାଳିଆ ମାନେ ସମୁଦ୍ରରେ ବସବାସ କରନ୍ତି | ଏବଂ ଏମାନଙ୍କ ଆଗମନରେ ଭଲ ଫସଲ ହୋଇଥାଏ , ଓ ବର୍ଷା ମଧ୍ୟ ହୋଇଥାଏ ଏବଂ ଚାଷୀ ଚାଷ କରିବା ପାଇଁ ସଙ୍କେତ ପାଇଥଏ | ହେଲେ ଏମାନେ ଗାଁ ଗହଳିରେ କେବେ ଦେଖା ଦେଇନଥିଲେ | ବର୍ତ୍ତମାନ ଶୀତ ଋତୁର ଆଗମନରେ ଆଜି ମୋହନା ଗାଁରେ ସକାଳ ସମୟରେ ପ୍ରାୟ ୨୦ରୁ ଉର୍ଦ୍ଧ ଗେଣ୍ଡାଳିଆ ଚାଷ ଜମିରେ ପଶି ନିଜର ଆହାର ଖୋଜୁଥିବା ଦେଖିବାକୁ ମିଳିଛି | ଶୁଣିବାକୁ ମିଳିଛି ଏମାନେ ମଣିଷ ଦେଖିଲେ ଉଡ଼ି ଯାନ୍ତି କିଛିଦିନ ରହିବା ପରେ ଅଣ୍ଡାଦେଇ ପୁଣି ଚାଲି ଯାନ୍ତି ଆକାଶେ ,ଏଭଳି ବିଦେଶୀ ପକ୍ଷୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା | ଏହି ପକ୍ଷୀ ମାନଙ୍କୁ ଦେଖି ଲୋକ ମାନେ ବହୁତ ଖୁସୀ ଅନୁଭବ କରିଥିଲେ |