ବିଦେଶୀ ମଦ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିରେ ଅବକାରୀ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ କରୁଛି । ରବିବାର କୁମାରପୂର୍ଣ୍ଣିମା ଅବସରରେ ସମସ୍ତ ଜନସାଧାରଣ ଖେଳରେ ମସଗୁଲ ଥିବା ବେଳେ ହିଂଜିଳି ପୁଲିସ ବାହିନୀ ଜୁଆ ଖେଳକୁ ଛାଡ଼ି ମଦ ଧରପଗଡ଼ ଅଭିଯାନ ଆରମ୍ଭ କରିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ବାହିନୀର ଏକ ଟିମ ରବିବାର ରାତିରେ ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ଚଢାଉ କରି ଏକ ପାନ ଦେକାନରୁ ବେଆଇନ ଭାବେ ବିକ୍ରି କରୁଥିବା (୬୦.୯୨ ଲିଟର)୬୦ ଟି ବିଭିନ୍ନ ବ୍ରାଣ୍ଡର ବିୟର ଓ ଶହେରୁ ଉଦ୍ଧ୍ୱର୍ ବିଭିନ୍ନ ବ୍ରାଣ୍ଡର ରମ୍ ଓ ହୁଇସ୍କ୍ ଜବତ କରିଥିଲା । ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଦୋକାନୀ ମାଲିକ ଶ୍ରୀକାନ୍ତ ପୃଷ୍ଟି (୨୨)ଙ୍କୁ ଗିରଫ କରିଥିଲେ । ଏ ନେଇ ନଂ୨୭୬/୧୯ରେ ଏକ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ