ବିଦେଶୀ ମଦ ଜବତ ,୨ ଗିରଫ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍):ନୟାଗଡ ଜିଲ୍ଲା କଲ୍ୟାଣପୁର ଗ୍ରାମରେ ଅକସ୍ମାତ ଶରଣାକୁଳ ପୋଲିସ ଶ୍ୟାମ ବିଶ୍ୱାଳଙ୍କ ଘରେ ଚଢାଉ କରି ୨୯୩ ଲିଟର ବିଦେଶୀ ମଦ ଜବତ କରିବା ସହ ବାପା ଓ ପୁଅକୁ ଗିରଫ କରିଛି ଶରଣାକୁଳ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ବାପା ଓ ପୁଅ ଦୀର୍ଘ ଦିନ ଧରି ମଦ ବ୍ୟବସାୟ କରି ପୋଲିସକୁ ଚକମା ଦେଇ ପୋଲିସ ନଜରରୁ ଫେରାର ହୋଇଯାଉଥିଲେ ।ଗୁରୁବାର କୈାଣସି ସୂତରୁ ପୋଲିସ ଖବର ପାଇ ଶରଣାକୁଳ ପୋଲିସ କଲ୍ୟାଣପୁର ଗ୍ରାମରେ ଚଢାଉ କରି ପ୍ରଚୁର ପରିମାଣର ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଶରଣାକୁଳ ଆଇଆଇସି ସୂଚନା ଦେଇଛନ୍ତି ।