ବିଦେଶୀ ମଦ ସହ ଜଣେ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ ଶୁକ୍ରବାର ସନ୍ଧ୍ୟା 7ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମୁଜାଗଡ଼ ମେନ ରୋଡ଼ରେ ରହୁଥିବା ତପନ କୁମାର ଗୌଡ଼ଙ୍କ ଘରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଥିଲା।ସେଠାରୁ ୧୦ଟି ପେଟିରେ ଥିବା ୧୨୧,୧୬୦ଲିଟର ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଚୋରା ବିଦେଶୀ ମଦ ଜବତ କରିଥିଲା।ଏହି ଘଟଣାରେ ପୋଲିସ ଭଞ୍ଜନଗର ଥାନା କେସ ନଂ ୯୬୩/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତପନକୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।