ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଲୋକେ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : କରୋନା ଭାଇରସକୁ ନେଇ ସାଧାରଣ ଲୋକେ ଭୟଭୀତ ଥିବା ବେଳେ ଏଥିନେଇ ସରକାରୀ ସ୍ତରରେ ବିଭିନ୍ନ ସଚେତତନା କରାଯାଉଛି । ବିଦେଶ ଫେରନ୍ତା ମାନେ ସ୍ୱତଃପୂତଃ ଭାବେ ଡାକ୍ତରଖାନାକୁ ଯାଇ ରକ୍ତ ପରୀକ୍ଷା କରିବା ସହିତ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ରହିଛି । ବିଭିନ୍ନ ପଞ୍ଚାୟତର ଜନପ୍ରତିିନିଧି ମାନେ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ସଂପର୍କରେ ପ୍ରଶାସନ ଠାରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି । ମାତ୍ର ବନ୍ତ ବ୍ଲକର କେତେକ ପଞ୍ଚାୟତରେ ବାହାର ରାଜ୍ୟରୁ ଆସୁଥିବା କିଛି ବ୍ୟକ୍ତି ତଥ୍ୟ ଲୁଚାଇବାକୁ ଅପଚେଷ୍ଟା କରୁଛନ୍ତି । ଫଳରେ ଗାଁଗହଳିର ଲୋକ ମାନେ ଚିନ୍ତାରେ ପଡିଛନ୍ତି । କେତେକ ଗ୍ରାମରେ ଲୋକ ମାନେ ବାଧ୍ୟ ହୋଇ ପୋଲିସକୁ ଖବର କରୁଥିବା ଦେଖାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ