ବିଦେଶ ଫେରନ୍ତାଙ୍କ ରକ୍ତ ନମୁନା ସଂଗ୍ରହ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ହଟହଟା
ନାଉଗାଁ : କରୋନା ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଜାରୀ ହୋଇଛି ଲଡ ଡାଉନ । ଏଥିପାଇଁ ବଜାର ଘାଟ ଠାରୁ ଆରମ୍ଭ କରି ଗାଁ ଛକ ମୁଣ୍ଡ ଆଦି ସବୁ ଆଡେ ଶୁନ ଶାନ୍ । ଏପରିକି ଗାଁ ଗହଳିର ଲୋକମାନେ ବାଉଶଁ ବାଡା ଦେଇ ନିଜ ଗ୍ରାମର ପ୍ରବେଶ ପଥକୁ ବନ୍ଦ କରିଛନ୍ତି । କିନ୍ତୁ ଏହି ସମୟରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପ୍ରାୟ ୧୧ ଘଟିକା ସମୟରେ ପାଖାପାଖି ୫ଟି ଆମ୍ବୁଲାନ୍ସ ସହିତ ଗୋଟିଏ ଫର୍ଚୁନର କାର ଗଂଗଦାହାଟ ପହଁଚିଥିଲା । ପରେ ସେଠାରୁ ଡେରିକିସ୍ଥିତ କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟ ପାଖକୁ ଯାଇଥିଲେ । ଏକାଧିକ ଆମ୍ବୁଲାନ୍ସ ଗାଡି ଦେଖି ସ୍ଥାନୀୟ ଅଂଚଳବାସୀଙ୍କ ମନେ ଭୟ ସୃଷ୍ଠି ହୋଇଥିଲା । ଫଳରେ ଅଂଚଳର କିଛି ଯୁବକ ସାହାସ ବାନ୍ଧି ସାଥି ହୋଇ ଆସିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଏଠାକୁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ଆସିବାର କାରଣ କ’ଣ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ସହିତ ଉପସ୍ଥିତ ଥିବା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ଏଠାରେ ନାଉଗାଁ ବ୍ଳକର ବିଦେଶରୁ ଫେରିଥିବା ପାଂଚ ଜଣ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ । ଏହା ରକ୍ତ ସଂଗ୍ରହ କମ ମଧ୍ୟରେ ଶେଷ ହୋଇଯିବ । ଏଥିପାଇଁ ଆମ୍ଭମାନଙ୍କୁ ସହଯୋଗ କରନ୍ତୁ ବୋଲି ସ୍ଥାନୀୟ ଲୋକମାନଙ୍କୁ କହିଥିଲେ । ଡାକ୍ତରଙ୍କ ଠାରୁ ଏପରି କଥା ଶୁଣି ସେଠାରେ ଥିବା ଲୋକମାନେ ପ୍ରତିବାଦ କରିବା ସହିତ ସ୍କୁଲ ପରିସରକୁ ପ୍ରବେଶ କରାଇ ଦେଇନଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଡାକ୍ତରୀ ଦଳ ସହିତ ସମସ୍ତ ଆମ୍ବୁଲାନ୍ସକୁ ଫେରାଇ ନେଇ ସ୍ଥାନୀୟ ବାଲିଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ଏହି ଘଟଣା ଚାରି ଆଡେ ବିଜୁଳି ବେଗରେ ପଚାର ହେବା ପରେ ସ୍ଥାନୀୟ ଲୋକ ଉକ୍ତ ସ୍ଥାନକୁ ଛୁଟି ଆସିଥିଲେ । ଫଳରେ ବ୍ଲକରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବାଧ୍ୟ ହୋଇ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିରାପଦ ସ୍ଥାନ ଭାବେ ବାଛି ନେଇ ଆସିଥିବା ଲୋକମାନଙ୍କୁ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଏହି ସମୟରେ ଡେରିକି ଗ୍ରାମବାସୀଙ୍କ ସହିତ ଆଖପାଖ ଗ୍ରାମର ଲୋକ ଶତାଧିକ ଲୋକ ମେଡିକାଲ ପରିସରକୁ ଛୁଟି ଆସିଥିଲେ । ଦିନ ପ୍ରାୟ ୧୨ ଟାରୁ ୨ଟା ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନଙ୍କ ସହିତ ଚିକିତ୍ସାଧିକାରୀଙ୍କ ସହିତ କଥା କଟାକଟି ସହିତ ଯୁକ୍ତି ର୍ତକ ହୋଇଥିଲା । ପରିସ୍ଥିତ ଏପରି ହୋଇଥିଲା ଯେ ଖୋଦ ଚିକିତ୍ସାଧିକାରୀ ସ୍ଥାନୀୟ ପୋଲିସଙ୍କୁ ଆସିବା ପାଇଁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତ ଶାନ୍ତ ପଡିଥିଲା । ପରେ ପୋଲିସ ଅଧିକାରୀ ସଂପୃକ୍ତ ଚିକିତ୍ସାଧିକାରୀଙ୍କୁ ବ୍ଲକ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନଜଣାଇ ଏତେ ବଡ କାର୍ଯ୍ୟ କ’ଣ ପାଇଁ ହାତକୁ ନେଇଥିଲ ବୋଲି ପାଲଟା ପ୍ରଶ୍ନ କରିଥିଲେ । ଅନ୍ୟପଟରେ ଲୋକମାନଙ୍କର ଏପରି ଉଗ୍ରରୂପ ଦେଖି ଗାଡିରେ ବସିଥିବା ବିଦେଶ ଫେରନ୍ତା ଲୋକମାନଙ୍କୁ ଆସିଥିବା ଆମ୍ବୁଲାନ୍ସରେ ନିଜ ସ୍ôଥାନକୁ ପଠାଇ ଦିଆଯାଇଥିଲା । ଅପରପଟରେ ରକ୍ତ ନମୁନା ସଂଗ୍ରହ ପାଇଁ ଆସିଥିବା ଲୋକମାନେ କେଉଁ ଅଂଚଳର ଏମାନେ ଡେରିକି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଅଧିନରେ ଯାଉଛନ୍ତି କି ନାଁ ତାହା ସ୍ଥାନୀୟ ଅଂଚଳର ଶହ ଶହ ଜନସାଧାରଣଙ୍କ ମନରେ ପ୍ରଶ୍ନସୃଷ୍ଟି କରିଛି ।ଏ ବିଷୟକୁ ନେଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରୁ ଆମ୍ବୁଲାନ୍ସରେ ଆସିଥିବା ବିଦେଶ ଫେରନ୍ତା ବ୍ୟକ୍ତି ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଯାଉଛନ୍ତି । ତେଣୁ ସେମାନଙ୍କର ରକ୍ତ ନମୁନା ସଂଗ୍ରହ ପାଇଁ ଉକ୍ତ କେନ୍ଦ୍ରର ନିକଟସ୍ଥ ନିରୋଳା ସ୍ଥାନକୁ ନିଆଯାଇଥିଲା । ସେଠାରେ ବିରୋଧ ହେବାରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପଯୁକ୍ତ ସ୍ଥାନ ବୋଲି ସେମାନଙ୍କୁ ନିଆଯାଇଥିଲା ବୋଲି କହିଥିଲେ ।


