ବିଦେଶ ଫେରନ୍ତା ଯୁବକ ମାନିଲେନି ସରକାରୀ ଗାଇଡ଼ଲାଇନ, ଥାନାରେ ଏତାଲା

ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭାଇରସରେ ବର୍ତମାନ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ହିଂଜିଳିକାଟୁ ବ୍ଳକ ଅଂଚଳରୁ ଦେଶ ଓ ରାଜ୍ୟ ବାହାର ଅଂଚଳରେ ରହ କାମ କରୁଥିବା ଲୋକେ ବର୍ତମାନ ନିଜ ଗାଁ କୁ ଫେରୁଥିବା ଲକ୍ଷ୍ୟ କରାଯାଇଛି । ହିଂଜିଳିକାଟୁ ବ୍ଳକ ପ୍ରଶାସନ ସୂଚନା ମୁତାବକ ଗତ କିଛି ଦିନ ମଧ୍ୟରେ ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମକୁ ସୁଦୂର ଦୁବାଇ, ଥାଇଲାଣ୍ଡ, ଆମେରିକା, କୁଏତ ଓ ସାଉଦି ଆରବରୁ ୧୭ ଜଣ ଫେରିଥିବା ବେଳେ ବାହାର ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ସୁରଥ, କେରଳ, ହାଇଦ୍ରାବାଦ, ବେଙ୍ଗାଲୁର, ଚେନ୍ନାଇ ପ୍ରଭୃତି ଅଂଚଳରୁ ୧୧୩୮ ଜଣ ନିଜୠ୍ରାମକୁ ଫେରି ଆସିଥିବା ନେଇ ପଂଜିକରଣ କରାଯାଇଛି । ଦେଶ ଓ ରାଜ୍ୟ ବାହାରୁ ଗ୍ରାମକୁ ଫେରି ଆସିଥିବା ବ୍ୟକ୍ତି ବିଶେଷଙ୍କ ନାମ, ଠିକଣା, ଟେଲିଫୋନ ନମ୍ବର ସହିତ ଆବଶ୍ୟକୀୟ ସୂଚନା ପଂଜିକରଣ କରାଯିବା ସହ ୧୪ ଦିନ ଧରି ଆଇସୋଲେସନ ରେ ରହିବାକୁ ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନେ ଗ୍ରାମ ମଧ୍ୟରେ ମୁକ୍ତ ଭାବେ ବୁଲାବୁଲି କରୁଥିବାରୁ ସଂପୃକ୍ତ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ହିଂଜିଳି ଥାନା ଦାରୁଭଦ୍ରା ଗ୍ରାମର ଡ଼ି. ସାଗର ଗତ ୧୪ ତାରିଖରେ ଦୁବାଇରୁ ଗ୍ରାମକୁ ଫେରିଥିଲେ । ଯୁବକଙ୍କ ନାମ, ଠିକଣା, ଟେଲିଫୋନ ନମ୍ବର ସହିତ ଆବଶ୍ୟକୀୟ ସୂଚନା ପଂଜିକରଣ କରାଯିବା ସହ ୧୪ ଦିନ ଧରି ଆଇସୋଲେସନ ରେ ରହିବାକୁ ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ଯୁବକ ନିଜ ଗ୍ରାମ ମଧ୍ୟରେ ମୁକ୍ତ ଭାବେ ବୁଲାବୁଲି କରୁଥିବାରୁ ସଂପୃକ୍ତ ଗ୍ରାମବାସୀ ଆତଙ୍କିତ ହୋଇ ହିଂଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଆସିକା ପୋଲିସ ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସଂପୃକ୍ତ ଗ୍ରାମରେ ପଂହଚି ଯୁବକ ଓ ସେମାନଙ୍କ ପରିବାର ସଦସ୍ୟଙ୍କସହ ଆଲୋଚନା କରିବା ସହ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ କରୋନା ଭାଇରସ ସର୍ମ୍ପର୍କିତ ଗାଇଡ଼ଲାଇନକୁ ଅବମାନନା କରିଥିବାରୁ ଏ ନେଇ ତହସିଲଦାର କୁଅଁର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଂଜିଳି ଥାନା ନଂ- ୯୮/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି, ସଂପୃକ୍ତ ଯୁବକଙ୍କଚ ହୋମ କ୍ୱାରାଂଟାଇନରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଏହାକୁ ଉଲଘଂନ କଲେ ଆଇନାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ