ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ନେଇ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିଲେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ। ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି । ଏନେଇ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନୀରବ ପ୍ରତିବାଦ କରାଯାଇଛି । ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମାଜସେବୀ ଦାବି ଜଣାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ନେତା ଥିଲେ। ଯିଏ ସ୍ୱାଧୀନତା ସଂଗ୍ରାମରେ ଆମ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିଲେ। ଗାନ୍ଧିଜୀ ସ୍ୱାଧୀନତା ପାଇଁ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ସତ୍ୟାଗ୍ରହ ଏବଂ ଖିଲାଫତ ଆନ୍ଦୋଳନ, ଲୁଣ ସତ୍ୟାଗ୍ରହ, ଦାଣ୍ଡି ଯାତ୍ରା ଇତ୍ୟାଦି ଅନ୍ତର୍ଭୁକ୍ତ। ଦେଶର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀ ଅହିଂସା ନୀତି ଗ୍ରହଣ କରିଥିଲେ। ତାଙ୍କୁ ସାରା ବିଶ୍ବ ସମ୍ମାନ ଦିଏ। ବିଭିନ୍ନ ଦେଶରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛି। ତାଙ୍କ ବଳିଦାନ ଓ ସ୍ବାଧିନତା ସଂଗ୍ରାମ ସମ୍ପର୍କରେ ଆଲୋଚନା ମଧ୍ୟ ହୁଏ। ହେଲେ ଥାଇଲାଣ୍ଡ ଦେଶରେ ବ୍ୟାଙ୍ଗକକ ସହରର ମାକସନ ଚାରୁରାଟ ଗଳିରେ ମାଲଗୁଡ଼ି ହୋଟେଲ ସମ୍ମୁଖରେ ହୋଟେଲର ଶୋଭା ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗେଟ୍‌ ନିକଟରେ ଛିଡ଼ା କରାଇଛନ୍ତି। କେବଳ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ବିଶ୍ବ କବି ରବିନ୍ଦ୍ରନାଥ ଟାଗୁରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି। ବ୍ୟକ୍ତିଗତ ବ୍ୟବସାୟ ପାଇଁ ନିଜ ହୋଟେଲକୁ ଆକର୍ଷଣ କରିବା ପାଇଁ ମହାପୁରୁଷଙ୍କୁ ସମ୍ମାନ ନଦେଇ ଛିଡ଼ା କରିଦିଆଯାଇଛି ଉକ୍ତ ହୋଟେଲ ଗେଟ୍‌ ସମ୍ମୁଖରେ। ଜଣେ ବ୍ୟବସାୟୀ ଭାରତୀୟଙ୍କୁ ଆକର୍ଷଣ କରିବା ପାଇଁ ଏହି ମହାପୁରୁଷଙ୍କ ଦ୍ବୟଙ୍କୁ ଅପମାନ ସମସ୍ତଙ୍କୁ ଆଘାତ ଦେଇଛି। ଥାଇଲାଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯଇଛି। ଏଥିରେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ, ଗଦାଧର ଦାସ, ଓଡିଶା ସମାଜସେବୀ ମହାସଂଘ ସଭାପତି ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜସେବକ ରୋହିତ କୁମାର, ଅଲେଖ ଚନ୍ଦ୍ର ଜେନା, ସାମ୍ବାଦିକ ଅଶୋକ ସାହୁ, ବୁଲନ ଭାଇ, ସିଲୁ ସାହୁ ଓ ଉତ୍ତମ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ